କଟକ: କଟକ ଏସସିବି ମେଡିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ତିତି ସମୀକ୍ଷା କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ । ୧୭୫ ଏକର ଜମିରେ ୩ ହଜାର ୫ଶହ କୋଟି ଟଙ୍କାଖର୍ଚ୍ଚରେ ହେଉଥିବା ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର ୫ଟି ଉପକ୍ରମରେ ରୂପାନ୍ତରଣ କରି ଏମ୍ସ ପ୍ଲସ୍ ସୁବିଧା ରୋଗୀଙ୍କୁ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାମ କରୁଛନ୍ତି । ଏଠାରେ ମେଡିକାଲ ନିର୍ମାଣ କାର୍ଯ୍ୟକିଭଳି ଅଗ୍ରଗତି କରୁଛି ସେ ନେଇ ସ୍ଥିତି ପରଖିଛନ୍ତି ୫ଟି ସଚିବ । ଏହି ଅବସରରେ ୱାର୍କ ସେକ୍ରେଟାରୀ, ସିଏମ୍ସି କମିସନର ନିଖିଳ ପୱନ କଲ୍ୟାଣ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଏସସିବି ମେଡ଼ିକାଲ କୁଳସଚିବ, ଆରଡିସି ଓ ଅନ୍ୟ ପ୍ରଶାସନିକ ଅଧିକାରୀ ସମେତ ସମସ୍ତ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହିଥିଲେ।