ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା, ୮ ହାତୀ ମୃତ

ଆସାମ୍: ଆଜି ସକାଳୁ ସକାଳୁ ଆସାମର ଯମୁନାମୁଖର ସାନରୋଜା ଅଞ୍ଚଳରେ ହାତୀ ପଲଙ୍କୁ ଧକ୍କା ଦେଇଛି ରାଜଧାନୀ ଏକ୍ସପ୍ରେସ୍ । ଫଳରେ ୮ ହାତୀଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ହାତୀ ପଲ ରେଳ ଧାରଣା ପାର ହେଉଥିବା ସମୟରେ ହାତୀମାନେ ଟ୍ରେନ ସହ ଧକ୍କା ହୋଇଥିଲେ । ଯାହା ଫଳରେ ଟ୍ରେନ୍ ଇଞ୍ଜିନ ସମେତ ୫ଟି କୋଚ୍ ଓ ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା । ଘଟଣାସ୍ଥଳରେ ଆଠଟି ହାତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ସୌଭାଗ୍ୟବଶତଃ ଦୁର୍ଘଟଣା ଯୋଗୁଁ କେହି ଯାତ୍ରୀ ଆହତ ହୋଇନାହାଁନ୍ତି । ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି ଯେ ଏହା ୮ଟି ହାତୀ ପଲ ଥିଲେ । ଟ୍ରେନ ଧକ୍କାରେ ୮ଟି ହାତୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ହାତୀ କରିଡର ନାହିଁ ।

ହାତୀ ପଲକୁ ଦେଖିବା ପରେ ଲୋକୋ ପାଇଲଟ୍ ବ୍ରେକ୍ ଲଗାଇଥିଲେ। ଟ୍ରେନ୍‌ଟି ହାତୀ ପଲ ସହିତ ଧକ୍କା ଖାଇଥିଲା । ଯାହା ଫଳରେ ଏହି ଦୁଃଖଦ ଘଟଣା ଘଟିଛି ।​ ଫଳର ଅନେକ ଟ୍ରେନ୍ ରୁଟ୍ ପରିବର୍ତ୍ତନ କରାଯାଇଛି ଏବଂ ଅନେକ ଟ୍ରେନ୍ ବାତିଲ କରାଯାଇଛି । ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ହାତୀଙ୍କୁ ଧକ୍କା ପରେ ଟ୍ରେନ୍ ଜୋର୍‌ରେ ଝଟକା ଦେଇଥିଲା, ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଅନେକ ଲୋକ ସେମାନଙ୍କ ସିଟରୁ ଛିଟିକି ପଡ଼ିଥିଲେ । ତେବେ କୌଣସି ଯାତ୍ରୀ ଗୁରୁତର ଆହତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇନାହିଁ । ଦୁର୍ଘଟଣାସ୍ଥଳ ଗୌହାଟିରୁ ପ୍ରାୟ ୧୨୬ କିଲୋମିଟର ଦୂରରେ ଅବସ୍ଥିତ । ସୂଚନା ଅନୁଯାୟୀ ଲାଇନଚ୍ୟୁତ ହେବା ଏବଂ ଟ୍ରାକରେ ହାତୀଙ୍କ ମୃତଦେହ ମିଳିବା ଯୋଗୁଁ ଆସାମ ଏବଂ ଉତ୍ତର-ପୂର୍ବର ଅନ୍ୟାନ୍ୟ ଅଞ୍ଚଳକୁ ରେଳ ସେବା କିଛି ଘଣ୍ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଦୁର୍ଘଟଣାରେ ଏକ ଛୁଆ ହାତୀ ଆହତ ହୋଇଛି ଏବଂ ତାହାର ଚିକିତ୍ସା ଚାଲିଛି ।