ଆରମ୍ଭ ହେଲା ଡିସେମ୍ବର । ଆଉ ଏହି ମାସରୁ ଲାଗୁ ହେବାକୁ ଯାଉଛି କିଛି ନୂଆ ନିୟମ । ଲୋକଙ୍କ ପକେଟ ଉପରେ ପଡ଼ିବ ପ୍ରଭାବ । ଡିସେମ୍ବର ପହଲାରୁ LPG ଦରରୁ ଆରମ୍ଭ କରି କ୍ରେଡିଟ ସରକାର କରିବାକୁ ଯାଉଛନ୍ତି ବଡ ପରିବର୍ତ୍ତନ । ତେବେ ଡିସେମ୍ବର ୫ରୁ ଏହି ୫ଟି କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି ।
ତେବେ ଆସନ୍ତୁ ଜାଣିବା
ପ୍ରଥମରେ ବଦଳିବ SBI କ୍ରେଡିଟ କାର୍ଡର ନିୟମ
ଦେଶର ସର୍ବବୃହତ ବ୍ୟାଙ୍କ ‘ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ତିଆ’ ର କ୍ରେଡିଟ କାର୍ଡ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଡିଜିଟାଲ ଗେମିଙ୍ଗ ପ୍ଲାଟଫର୍ମରେ ଟ୍ରାଞ୍ଜାକ୍ସନ ପାଇଁ ବ୍ୟବହୃତ ହେଉଥିବା କ୍ରେଡିଟ୍ କାର୍ଡରେ ରିୱାର୍ଡ ପଏଣ୍ଟର ଫାଇଦା ପ୍ରଦାନ କରାଯିବ ନାହିଁ । ଏହି ନିୟମ ବଦଳିବା ପରେ SBIର କିଛି ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପଡ଼ିବ, ଯେଉଁମାନେ ଡିଜିଟାଲ ଗେମିଙ୍ଗରେ କ୍ରେଡିଟି କାର୍ଡ ଜରିଆରେ ଟ୍ରାଞ୍ଜାକ୍ସନ କରୁଥିଲେ ।
ଡିସେମ୍ବର ପହଲାରୁ ଆସିବନି OTP
ଟେଲିକମ୍ କମ୍ପାନୀର ବଢ଼ିବ ଟେନସନ । ଆଉ ଆସିବନି ୱାନ ଟାଇମ୍ ପାସୱର୍ଡ(OTP) । ଡିସେମ୍ବରରୁ ୧ରୁ OTPକୁ ଟ୍ରାଇ(TRAI) ଆଣିଛି ନୂଆ ନିୟମ । ଡିସେମ୍ବର ୧ରୁ ଆସିବନି OTP । ନକଲି OTP ଏବଂ ଅନ୍ୟାନ୍ୟ ସ୍ପାମ୍ ମେସେଜ୍କୁ ବନ୍ଦ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଟେଲିକମ୍ ଅପରେଟରମାନଙ୍କୁ ମେସେଜ୍ର ସୋର୍ସ ଖୋଜିବାକୁ ପଡ଼ିବ । ଯାହା ଦ୍ୱାରା ନକଲି ମେସେଜ୍ ଗୁଡ଼ିକୁ ବ୍ଲକ୍ ଏବଂ ୟୁଜର୍ସଙ୍କୁ ସୁରକ୍ଷା ଦିଆଯାଇପାରିବ । ଯଦି ଟେଲିକମ୍ ଅପରେଟରମାନେ ଏହି ନିୟମକୁ ଠିକ୍ ସମୟରେ ଲାଗୁ କରିନପାରନ୍ତି ତେବେ OTP ପାଇବାରେ ହୋଇପାରେ ଅସୁବିଧା । ବ୍ୟାଙ୍କିଙ୍ଗ୍, ଇ-କମର୍ସ ଏବଂ ସୋସିଆଲ୍ ମିଡିଆ ପରି ସେବା ଗୁଡିକରୁ OTPମିଳିବାରେ ବିଳମ୍ବ ହୋଇପାରେ କିମ୍ବା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇପାରେ ।
୧୭ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ
ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିସେମ୍ବର ମାସ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି । ଯାହା ମୁତାବକ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ ଆପଣଙ୍କର ଏହି ମାସରେ ବ୍ୟାଙ୍କରେ କିଛି କାମ ରହିଛି, ତାହେଲେ ପ୍ରଥମେ ଛୁଟି ତାଲିକାକୁ ଦେଖି ନିଅନ୍ତୁ ।
ବଦଳିବ LPG ଗ୍ୟାସ ସିଲିଣ୍ତର ଦର
ପ୍ରାୟତଃ LPG ଗ୍ୟାସର ମୂଲ୍ୟ ପ୍ରତ୍ୟେକ ମାସର ୧ ତାରିଖରେ ପରିବର୍ତ୍ତନ ହୋଇଥାଏ । କମର୍ସିଆଲଠୁ ଘରୋଇ ଗ୍ୟାସ ସିଲିଣ୍ତର ଯାଏଁର ମୂଲ୍ୟ ପରିବର୍ତ୍ତନ ହୁଏ । ଅକ୍ଟୋବରରେ ଗ୍ୟାସ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୮ ଟଙ୍କା ବୃଦ୍ଧି କରିଥିଲେ, କିନ୍ତୁ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । ତେବେ ଉଭୟ ଏଲପିଜି ଓ କମର୍ସିଆଲ ଗ୍ୟାସ ଦର ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।
ବୃଦ୍ଧି ପାଇପାରେ ATF ଇନ୍ଧନ ଦର
ଏୟାର ଟର୍ବାଇନ ଇନ୍ଧନ(ATF)ର ଦର ଅକ୍ଟୋବର ୧ରୁ ବୃଦ୍ଧି ପାଇପାରେ । ଯଦି ଦର ବୃଦ୍ଧି ପାଏ, ତେବେ ବିମାନ ଯାତ୍ରା ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ ।