2 ଟି ବିଭାଗ ର ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ଯାବିନେଟ୍ ମୋହର

0

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ବୈଠକ ଶେଷ।  2 ଟି ବିଭାଗ ର ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ଯାବିନେଟ୍ ମୋହର । ଆରମ୍ଭ ହେବ `ଲାଭ’ ଯୋଜନା । ଲଘୁ ବନଯାତ ଦ୍ରବ୍ୟ କ୍ରୟ ଯୋଜନା ରେ ଆଦିବାସୀ ଙ୍କ ଠାରୁ ଝୁଣା, ମହୁ ଆଦି ଜଙ୍ଗଲ ଜାତ ଦ୍ରବ୍ୟ କିଣିବେ ସରକାର । ଜନଜାତି ବହୁଳ ୧୧୯ଟି ବ୍ଲକରେ କାର୍ଯ୍ୟକ୍ରମ । ଯୋଜନା ପାଇଁ ଶହେ କୋଟିର ବ୍ୟୟ ବରାଦ । ପ୍ରଥମ ଥର ପାଇଁ ଲଘୁ ବନଜାତ ଦ୍ରବ୍ଯ ଉପରେ ଧାର୍ଯ୍ଯ ହେବ ଏମଏସପି । ପ୍ରତିବର୍ଷ ସର୍ବନିମ୍ନ ସପୋର୍ଟ ପ୍ରାଇସ୍ ନିର୍ଣ୍ଣୟ କରିବେ ସରକାର  । ମିଶନ ଶକ୍ତି, ଟିଡିସିସି ସହ ସମନ୍ଵୟରେ ଚାଲିବ ଯୋଜନା । ଆଦିବାସୀ ଭାଷାର ସଂରକ୍ଷଣ ପାଇଁ ଗଠନ ହେବ କମିଶନ । ଟେକ୍ନୋଲୋଜିର ବ୍ଯବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ । ୧୬୯ ଜନଜାତିକୁ ଆଦିବାସୀ ମାନ୍ଯତା ପାଇଁ ରାଜ୍ଯ ସରକାରଙ୍କ ସୁପାରିସ  । ମୁଣ୍ଡାରୀ, କୁଇ , ସୌରା, ହୋ ଭାଷା କୁ ଅଷ୍ଟମ ଅନୁଛେଦ ରେ ସାମିଲ ପାଇଁ କେନ୍ଦ୍ର କୁ ସୁପାରିଶ। ଆଦିବାସୀ ଜମି କିଣାବିକା ନେଇ ପୂର୍ବ ନିଷ୍ପତ୍ତି ପ୍ରତ୍ୟାହାର ।ଗତ ନଭେମ୍ବର ୨୪ରେ ରାଜ୍ଯ କ୍ଯାବିନେଟରେ ହୋଇଥିଲା ନିଷ୍ପତ୍ତି  ।