୬ ବର୍ଷ ମଧ୍ୟରେ ୪୭୪ ହାତୀ ମୃତ

କୋଚି : ବିଦ୍ୟତ ସଂସ୍ପର୍ଶ ରେ ଆସି ୪୪୭ ହାତୀଙ୍କର ମୃତ୍ୟ ହୋଇଥିବା ନେଇ ଆରଟିଆଇର ସୁଚନାରୁ ଜଣା ପଡିଛି । ଏଥିରୁ ୨୦୧୮ରେ ସବୁଠାରୁ ଅଧିକ ହାତୀଙ୍କର ମୃତ୍ୟ ହୋଇଛି । ପ୍ରତି ବର୍ଷ ହାରାହାରି ୭୦ ହାତୀଙ୍କର ମୃତ୍ୟ ହୋଇଥିଲା । ଏଥିରେ ଆସାମରେ ସର୍ବାଧିକ ହାତୀଙ୍କର ମୃତ୍ୟ ହୋଇଥିବା ସୂଚନା ମିଳିଛି । ୨୦୨୦ ଯାଏଁ ଆସାମରେ ୯୦, ଓଡିଶାରେ ୭୩, ତାମିଲନାଡୁ ୬୮, କର୍ଣାଟକରେ ୬୫ ଏବଂ କେରଳରେ ୨୪ ଟି ହାତୀ ବିଦ୍ୟତ ସ୍ପର୍ଶରେ ମୃତ୍ୟ ହୋଇଥିଲା । ଜଙ୍ଗଲ ଅଧିକାରୀଙ୍କ କହିବା ଅନୁଯାୟୀ ବେଆଇନ ଭାବେ ଲୋକ ମାନେ ବିଦ୍ୟତ ବ୍ୟବହାର କରିବା ଓ ନିଜର ଫସଲକୁ ଜଙ୍ଗଲ ପଶୁ ମାନଙ୍କ ଠାରୁ ରକ୍ଷା କରିବା ପାଇଁ ଜମି ଚାରିପଟେ ଘେରାଉ କରିଥିବା ବିଦ୍ୟତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟ ହୋଇଅଛି । ପ୍ରାଣୀ ଗବେଷକଙ୍କ କହିବା ଅନୁଯାୟୀ ହାତୀ ମାନଙ୍କ ୁ ସୁରକ୍ଷା ପାଇଁ ସରକାରଙ୍କୁ ତତ୍ପରତା ହେବା ଦରକାର ବିଭିନ୍ନ ପ୍ରକାର ଯୋଜନା ଫଣ୍ଡ ଏଲୋକେଶନ କରିବା ସହିତ ହାତୀ କରିଡରରେ ବିଦ୍ୟତ୍ ଯୋଗାଣକୁ ସମ୍ପୁର୍ଣ ନିଷିଦ୍ଧ କରିବା ଦିଗରେ ସରକାରଙ୍କୁ ଧ୍ୟାନ ଦେବା ଦରକାର ।