କେନ୍ଦ୍ରାପଡ଼ା ଜିଲ୍ଲା ଆଳିରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ପରାଗ ର ୪୪ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି l ପରାଗ ସାହିତ୍ୟ ସଂସଦର ସଭାପତି ଅଧ୍ୟାପକ ରମେଶ ଚନ୍ଦ୍ର ପଣ୍ଡା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଠ କବି ଓ ସ୍ତମ୍ଭକାର ନିରାକାର ଦାସ,ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ଡ. ଶ୍ରୀହରି ଧଳ ଓ ସମ୍ମାନିତ ଅତିଥି ଭାବେ କବି ଓ ପ୍ରାବନ୍ଧିକ ରାଜୀବ ପାଣି,ଇଂ ନିଳାଦ୍ରୀଭୂଷଣ ମହାପାତ୍ର ଯୋଗଦେଇ ସମାଜ ଆଜି ଯେଉଁ ଭଳି ଭାବରେ ନିମ୍ନ ଗାମୀ ହେଉଛି,ସାହିତ୍ୟ ହିଁ ଏହି ନିମ୍ନ ଗାମୀ ସମାଜ କୁ ବାଟ ଦେଖେଇ ପାରିବ। ଏହି ଅବସରରେ ଗୋକାର୍ଣ୍ଣିକାର ସଂପାଦକ ରମାକାନ୍ତ ଯେନା, ରାଜୀବ ପାଣି,ପ୍ରେମାନନ୍ଦ ଖଣ୍ଡୁଆଳ, ସୀମାଚଳ ଦାସ, ଡ଼ଃ ସ୍ୱର୍ଣ୍ଣପ୍ରଭା ଖଟୁଆ,ପ୍ରଦୀପ୍ତ ମହାନ୍ତି,ଖଗେଶ୍ୱର ମହାନ୍ତି,ଶୋଭନା ଜେନା, ନିହାରିକା ରଥ,ସନ୍ତୋଷୀନି ଦାଶ ଗିରି ଙ୍କୁ ସଫଳ କବି ସମ୍ମାନ ରେ ସମ୍ମାନିତ କରାଯାଇ ଥିଲା। ଏହି ଅବସରରେ ୪୦ ରୁ ଉର୍ଦ୍ଧ କବି ସ୍ୱରଚିତ କବିତା ପାଠ କରିଥିଲେ l ସଂପାଦକ ବନମାଳୀ ସେନାପତି ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଅଶୋକ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l