ହିମାଚଳ ପ୍ରଦେଶର ରାଜଧାନୀ ସିମଲା ଓ କୁଲ୍ଲୁରେ ବାଦଲ ପାଟିବାରୁ ବହୁ କ୍ଷୟକ୍ଷତି ହୋଇଛି । ଏଥିସହ ବରଷ ପର୍ବତ ମଧ୍ୟ ଭାଙ୍ଗି ଯାଇଛି । ଏଥିରେ ୪୨ ଜଣ ନିଖୋଜ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁକ୍ଖୁ ଟ୍ୱିଟ କରି କହିଛନ୍ତି କି, ଏବେ ହିମାଚଳ ପରିବାର ପାଇଁ ଆପଦାର ସମୟ । ମୁଁ ସମସ୍ତଙ୍କ ସହ ରହିଛି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଶୁକ୍ରବାର ହିମାଚଳ ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇଛନ୍ତି । ସିମଲା, କୁଲ୍ଲୁ, ମଣ୍ଡି ଜିଲ୍ଲାରେ ବାଦଲ ଫଟିବା କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ଠାକୁର ଜଣାଇଛନ୍ତି ।
ସେପଟେ ବିଜେପି ନେତା ଜ୍ଞାନଦେବ ଆହୁଜା କହିଛନ୍ତି କି, କେରଳରେ ଗୋହତ୍ୟା କରାଯାଏ । ତେଣୁ ଏମିତି ପ୍ରାକୃତି ଖେଳାଇଛି ତାଣ୍ଡବ । ସେ ଆହୁରି କହିଛନ୍ତି କି, ଉତ୍ତରାଖଣ୍ଡ ଓ ହିମାଚଳରେ ନିୟମିତ ଭୂସ୍ଖଳନ ହୁଏ, ବାଦଳ ଫାଟେ, କିନ୍ତୁ ୱାଇନାଡ ପରି ସ୍ଥିତି ହୁଏ ନାହିଁ କହିବା ବେଳକୁ ଉତ୍ତରାଖଣ୍ଡରେ ବାଦଲ ଫାଟିଛି । ଏହାକୁ ନେଇ ଲୋକେ ବିଜେପି ନେତାଙ୍କୁ ସମାଲୋଚନା କରୁଛନ୍ତି ।