ବଲୁଚିସ୍ତାନ-: ବଲୁଚିସ୍ତାନରେ ପୁଣି ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ କିଲ୍ଲା ଅବ୍ଦୁଲ୍ଲାହ ଜିଲ୍ଲାର ଜାବ୍ବର ମାର୍କେଟ ନିକଟରେ ହୋଇଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଲୋକ ଭୟଭୀତ ରହିଛନ୍ତି । ବିସ୍ଫୋରଣ ଯୋଗୁଁ ବଜାରର କ୍ଷୟକ୍ଷତି ହୋଇଛି । ମାର୍କେଟର ପଛପଟୁକୁ ବିସ୍ଫୋରଣ ଘଟି କେତେକ ସ୍ଥାନରେ ନିଆଁ ଲାଗିଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ଟିମ୍ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାମ ଜାରି ରଖିଛି । ଏହି ସମୟରେ ରେସକ୍ୟୁ ଟିମ୍ ୪ଟି ମୃତଦେହ ଜବତ କରିଛି । ୨୦ରୁ ଅଧିକ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣ କେମିତି ହୋଇଛି ଆଉ କିଏ କରିଛି ତାହା ଜଣାପଡିନାହିଁ ।