ନୂଆଦିଲ୍ଲୀ: ନେପାଳ ପରେ ଥରିଲା ମିଆଁମାର ।ଆଜି ସକାଳୁ ମିଆଁମାରରେ ଭୂମିକମ୍ପ ର ଝଟକା ଅନୁଭୁତ ହୋଇଛି । ତାହାର ରୋକ୍ଟର ସ୍କେଲରେ ତିବ୍ରତା ୪.୩ ରହିଥିବା କୁହାଯାଉଛି । ଗତକାଲି ନେପାଳରେ ୫.୩ ଭୂମିକମ୍ପ ଆସିବା ପରେ ଆଜି ମିଆଁମାରରେ ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ନେପାଳରେ ଆଜି ସକାଳ ପ୍ରାୟ ୭.୨୪ ସମୟରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ମାପ କରାଯାଇଥିଲା । ଉତ୍ତରପ୍ରଦେଶ, ବିହାର ଏବଂ ଦିଲ୍ଲୀ-ଏନସିଆରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା । ଏହାପୂର୍ବରୁ ଅକ୍ଟୋବର ୧୬ ରେ ମଧ୍ୟ ନେପାଳର ଅନେକ ସ୍ଥାନରେ ୪.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା । ଅକ୍ଟୋବର ୩ ରେ ମଧ୍ୟ ନେପାଳର ଅନେକ ସ୍ଥାନରେ ଅପରାହ୍ନ ୨:୪୦ ରେ ଭୂକମ୍ପ ହୋଇଥିଲା ।