ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି, କୋରାପୁଟରୁ ରିଲିଜ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏବେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ପ୍ରତି ୬ ମାସରେ ୫ ହଜାର ଟଙ୍କା ମିଳୁଛି । ମହିଳାଙ୍କ ଆର୍ଥିକ ବିକାଶ ପାଇଁ ଓଡ଼ିଶାରେ ସୁଭଦ୍ରା ଯୋଜନା ଲାଗୁ ହୋଇଛି । ତେବେ ୨ ଲକ୍ଷ ଆବେଦନର ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ । ଅଗଷ୍ଟ ୯ ତାରିଖରେ କୋରାପୁଟ ଜିଲ୍ଲା ଜୟପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପ୍ରଦାନ ଯିବାସହିତ ସୁଭଦ୍ରା କିସ୍ତି ପ୍ରଦାନ କରିବେ ।ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବ । ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ସର୍ଭେ କରାଯିବ । ୨୧ ବର୍ଷ ହୋଇଥିବା ଯୁବତୀ ବା ମହିଳା ମାନେ ସୁଭଦ୍ରା ଯୋଜନା ଆବେଦନ କରିପାରିବେ । ଅଗଷ୍ଟ ୯ତାରିଖ ଦିନ ତୃତୀୟ କିସ୍ତି ମିଳିବା ପରେ ପୋର୍ଟାଲ ଖୋଲିବ ।

ଏହାପୂର୍ବରୁ ଗତ ଏପ୍ରିଲ ୨୪ରେ ମିଳିଥିଲା ସୁଭଦ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟ ଟଙ୍କା । ଯେଉଁମାନେ ଯୋଜନାର ଲାଭ ପାଇବା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଯିଏ ଯୋଗ୍ୟ ବିବେଚିତ ହେବେ ସେମାନେ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବରୁ କହି ସାରିଛନ୍ତି । ଗତ ଏପ୍ରିଲ୍‌ରେ ରାଜ୍ୟରେ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ହେଲେ ଅନେକଙ୍କ କୌଣସି କାରଣ ବଶତଃ ଆକାଉଣ୍ଟକୁ ଟଙ୍କା ଆସିନଥିଲା । କିନ୍ତୁ ସେମାନେ ଏବେ ଆଦୌ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କାରଣ ପୁଣି ଥରେ ଅଗଷ୍ଟ ମାସରେ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିବାକୁ ଯାଉଛି ।