ସାମ୍ନାକୁ ଆସିଲା ସମ୍ବେଦନଶୀଳ ସତ: ୩୯୩ ଜଣ ଶିଶୁ ରାସ୍ତା କଡରେ ବିତାଉଛନ୍ତି ଜୀବନ

ଭୁବନେଶ୍ୱର: ବିଧାନସଭାରେ ସାମ୍ନାକୁ ଆସିଲା ସମ୍ବେଦନଶୀଳ ସତ । ରାଜ୍ୟରେ ୩୯୩ ଜଣ ଶିଶୁ ରାସ୍ତା କଡରେ ବିତାଉଛନ୍ତି ଜୀବନ । ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ମତ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ । ୩୯୩ ଜଣ ଶିଶୁଙ୍କ ମଧ୍ୟରେ କେବେଳ ଖୋର୍ଦ୍ଧା ଜିଲ୍ଲାରେ ୩୦୫ ଜଣ ଶିଶୁ ରାସ୍ତା କଡ଼ରେ ରହୁଛନ୍ତି। ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା, ଏଠାରେ ୩୦ ଜଣ ଶିଶୁ ରାସ୍ତାକଡ଼ରେ ଜୀବନ ଅତିବାହିତ କରୁଛନ୍ତି ।
ଅନ୍ୟପକ୍ଷେ, ରାସ୍ତାକଡର ଶିଶୁମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ କିଭଳି ଭଲ ପଢିବେ, ଭିକ୍ଷାବୃତ୍ତି ଓ ନିଶା ଠାରୁ ଦୂରେଇ ରହିବେ ଓ ଭଲ ମଣିଷ ହେବେ ସେଥିପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ ବିଧାୟକ ପ୍ରଫୁଲ ସାମଲ । ଆଉ ଏହାର ଲିଖିତ ଉତ୍ତରରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି, ଏବେ ରାଜ୍ୟରେ ୩୯୩ ଜଣ ଶିଶୁ ରାସ୍ତା କଡରେ ଜୀବନ ଅତିବାହିତ କରୁଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୩୦୫ ଜଣ ଶିଶୁ ରହିଥିବା ବେଳେ ଦ୍ୱିତୀୟରେ ଯାଜପୁର ଜିଲ୍ଲା ରହିଛି । ଯାଜପୁରରେ ୩୦ ଜଣ ଶିଶୁ ରାସ୍ତାକଡରେ ଜୀବନ କାଟୁଛନ୍ତି ।ଶିଶୁ ମାନଙ୍କର ଉଦ୍ଧାର ଓ ଥଇଥାନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କିନ୍ତୁ ସବୁ ଫଳଶୂନ୍ୟ ଭଳି ପ୍ରମାଣିତ ହେଉଛି ।