ଅପରେସନ ସିନ୍ଦୂରରେ ସଫଳତା ପାଇଁ ୯ ବାୟୁସେନା ଅଧିକାରୀଙ୍କୁ ବୀରଚକ୍ର

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନର ମୁରିଦ୍‌କେ ଓ ବାହାୱଲପୁରରେ ଲସ୍କର-ଏ-ତୋଇବା (ଏଲଇଟି) ଓ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କୀ ସଂଗଠନର ମୁଖ୍ୟାଳୟ ସମେତ ପାକିସ୍ତାନୀ ସୈନ୍ୟ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଥିଲେ, ସେମାନଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ଯୁଦ୍ଧକାଳୀନ ବୀରତ୍ୱ ପୁରସ୍କାର ବୀରଚକ୍ର ପ୍ରଦାନ କରାଯିବ। ଏହି ସମ୍ମାନ ସ୍ୱାଧୀନତା ଦିବସ ଅବସରରେ ପ୍ରଦାନ କରାଯିବ। ଏହି ସମ୍ମାନରେ ସମ୍ମାନିତ ହେବେ ୯ ବାୟୁସେନା ଅଧିକାରୀ । ପାଇଲଟଙ୍କ ସମେତ ୯ ଅଧିକାରୀଙ୍କୁ ମିଳିବ ବୀରଚକ୍ର ସମ୍ମାନ । ବୀରଚକ୍ର ସମ୍ମାନ ହେଉଛି ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ । ଅପରେସନ ସିନ୍ଦୂରରେ ସାହସିକତା ପାଇଁ ପାଇବେ ସମ୍ମାନ । ମୁରିଦ୍‌କେ ଓ ବାହାୱଲପୁର ଆତଙ୍କୀ ଆଡ୍ଡା ଧ୍ବଂସ ପାଇଁ ସମ୍ମାନିତ ହେବେ । ସେହିପରି ୧୩ ବାୟୁସେନା ଅଧିକାରୀ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍‌ । ଏୟାର ଭାଇସ୍‌ ମାର୍ଶଲ ଯୋଶେଫ୍‌ ସୁରେଶ, ଏଭିଏମ୍‌ ପ୍ରଜୁଆଲ ସିଂ ପାଇବେ । ଏୟାର କମାଣ୍ଡର ଅଶୋକ ରାଜ ଠାକୁର ମଧ୍ୟ ପାଇବେ ଯୁଦ୍ଧସେବା ମେଡାଲ୍‌ । ତେବେ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ କେବଳ ବୀରତ୍ୱ ପୁରସ୍କାର ଘୋଷଣା କରାଯାଉଥିଲା ।  କିନ୍ତୁ ଏଥର ଏହି ବୀରମାନଙ୍କ ପାଇଁ ସ୍ୱତନ୍ତ୍ର ସମ୍ମାନ ମଧ୍ୟ ଘୋଷଣା କରାଯାଇପାରେ ।  ଏନେଇ ଲାଲକିଲ୍ଲାରେ ସମାରୋହରେ ଯୋଗଦେବାକୁ ଆସୁଥିବା ଅତିଥିମାନଙ୍କୁ ପଠାଯାଇଥିବା ନିମନ୍ତ୍ରଣ କାର୍ଡରେ ମଧ୍ୟ ଅପରେସନ ସିନ୍ଦୂରର ଲୋଗୋ ମୁଦ୍ରିତ ହୋଇଛି ।