ଋଷର ୩୪ହଜାର ସୈନିକ ମୃତ

କିଭ: ଦୀର୍ଘ ୪ମାସରୁ ଉଦ୍ଧ୍ୱ  ସମୟ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ । ପ୍ରାପ୍ତ ସୂଚନାନୁସାରେ, ମଙ୍ଗଳବାର ୟୁକ୍ରେନର ବାୟୁସେନା ଋଷର ବ୍ୟାପକ କ୍ଷତି କରିଥିବା ଦାବି କରିଛି । ୟୁକ୍ରେନର ଆକ୍ରମଣରେ ଋଷର ଗୋଟିଏ ମିସାଇଲ, ଦୁଇଟି ଡ୍ରୋନ ଏବଂ ଦୁଇଟି ଗୋଳାବାରୁଦ ଡିପୋକୁ ନଷ୍ଟ କରିଥିବା ନେଇ ୟୁକ୍ରେନ ସେନା ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରିଛି । ଏନେଇ ୟୁକ୍ରେନ ଏୟାରଫୋର୍ସ ପକ୍ଷରୁ ଫେସବୁକରେ ସେୟାର କରାଯାଇଛି । କିଭ ଏବଂ ଡୋନେଟ୍ରସ୍କ ଅଞ୍ଚଳରେ ଋଷର ଦୁଇଟି ଡ୍ରୋନକୁ ଖସାଇ ଦିଆଯାଇ ନଷ୍ଟ କରାଯାଇଛି । ଗତ ଫେବୃଆରୀ ୨୪ରୁ ଜୁନ ୨୧ ତାରିଖ ମଧ୍ୟରେ ଋଷର ପ୍ରାୟ ୩୪,୧୦୦ ସୈନିକଙ୍କୁ ହତ୍ୟା କରାଯାଇଛି ବୋଲି ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି । ଏଥିସହିତ ଗତ ମଙ୍ଗଳବାର ୟୁକ୍ରେନ ସେନାଙ୍କ ଆକ୍ରମଣରେ ଋଷର ୨୬ଜଣ ସୈନିକଙ୍କୁ ହତ୍ୟା କରିଥିବା ଦାବି କରାଯାଇଛି ।