କଚ୍ଛ ବନ୍ଦର ନିକଟରୁ ଜବତ ହୋଇଛି ୩୩୦୦ କେଜି ଡ୍ରଗ୍ସ

ଗୁଜରାଟରେ ନୌସେନା, ଏନସିବି ଓ ଗୁଜରାଟ ଏଟିଏସର ବଡ଼ ସଫଳତା। କଚ୍ଛ ବନ୍ଦର ନିକଟରୁ ପର୍ଦ୍ଦାଫାଶ ହୋଇଛି ଡ୍ରଗ୍ସ କାରବାର । ଭାରତୀୟ ନୌସେନା ସମୁଦ୍ର ଭିତରେ ୩୩୦୦ କେଜିର ଡ୍ରଗ୍ସ ଜବତ କରିଛି । ଏହି ସହ ଏହି ମାମଲାରେ ୫ଜଣ ଅନ୍ତର୍ଜାତୀୟ ଡ୍ରଗ୍ସ ମାଫିଅରଙ୍କୁ ଗିରଫ କରିଛି ଲନସିବି । ତେବେ ଜବତ ଡ୍ରଗ୍ସର ମୂଲ୍ୟ ୨ ହଜାର କୋଟି ଟଙ୍କାରୁ ଅଧିକ ହୋଇଥିବା ଜଣାପଡ଼ିଛି । ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ପାକିସ୍ତାନର ହୋଇଥିବା ସୂଚନା ମିଳିଥିବା ବେଳେ ଏହି ଡ୍ରଗ୍ସ କାରବାର ପଛରେ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଉଛି । ଜାହାଜଟି ଇରାନରୁ ଆସିଥିବା ବେଳେ ଭାରତରେ ଡ୍ରଗ୍ସ କାରବାର ନେଇ ଅନ୍ତରାଷ୍ଟ୍ରୀୟ ବଡ଼ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଛି । ପୂର୍ବରୁ ମଧ୍ୟ ଅନେକ ଥର ଏନସିବି ଓ ନୌସେନା ମିଳିତ ଅପରେସନ କରି ସମୁଦ୍ରରୁ ଡ୍ରଗ୍ସ ଜବତ କରିଛନ୍ତି ।