ଆସାମରେ ପ୍ରବଳ ବନ୍ୟା : ୩୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଆସାମରେ ପ୍ରବଳ ବର୍ଷା ଯୋଗୁ ଭୟାନକ ହୋଇଛି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

(ଆସାମ) : ଆସାମରେ ପ୍ରବଳ ବର୍ଷା ଯୋଗୁ ଭୟାନକ ହୋଇଛି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ୨୮ ଜିଲ୍ଲାର ୩୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ନାଗୌନ ଜିଲ୍ଲାର ୧୫୫ ଗ୍ରାମ ଏବେ ବି ଜଳ ବନ୍ଦୀ ହୋଇ ରହିଛନ୍ତି। ଘରେ ପାଣି ପଶିଥିବା ବେଳେ ଲୋକେ ରାଜ ରାସ୍ତାରେ ତମ୍ୱୁ ମାରି ଆଶ୍ରୟ ନେଇଛନ୍ତି। ରାଜ୍ୟର ୩୨ଟି ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀ ଗୁଡ଼ିକର ବନ୍ୟା ଜଳ ୪୨୯୧ ଗାଁରେ ପ୍ରବେଶ କରି ୬୬୪୫୫.୮୨ ହେକ୍ଟର ଫସଲ ଜମି ନଷ୍ଟ କରିଛି । ଏନେଇ ବାରପେଟାରେ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ ଗ୍ରାମବାସୀ ସେମାନଙ୍କ ଘରେ ବହୁ ମୂଲ୍ୟବାନ ସାମଗ୍ରୀ ରଖି ଥିବାରୁ ନିଜ ଘର ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ଆମେ କୌଣସି ପ୍ରକାରେ ସେମାନଙ୍କୁ ଘର ଖାଲି କରିବାକୁ ମନାଇବାରେ ସଫଳ ହୋଇଛୁ ।

ରାଜ୍ୟର ୨୧ ଟି ଜିଲ୍ଲାରେ ପ୍ରଶାସନ ଦ୍ବାରା ଖୋଲାଯାଇଥିବା ୫୧୪ ରିଲିଫ୍ କ୍ୟାମ୍ପରେ ୧.୫୬ ଲକ୍ଷରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି । ଭାରତୀୟ ସେନା, ପାରାମିଲିଟାରୀ ଫୋର୍ସ, ଏନଡିଆରଏଫ, ଏସଡିଆରଏଫ ଏବଂ ଆସାମ ପୋଲିସର ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ୨୪ ଘଣ୍ଟିଆ ଉଦ୍ଧାର ଓ ରିଲିଫ ଅପରେସନ ଆରମ୍ଭ କରିଛି ।

ନାଗୌନ ରାହା ବିଧାନସଭା କ୍ଷେତ୍ରରେ ପ୍ରାୟ ୧.୫୨ ଲକ୍ଷ ଲୋକ ବନ୍ୟାରେ ଖୁବ୍ ପ୍ରାଭବିତ ହୋଇଛନ୍ତି। ସେମାନେ କିଛି ଦିନ ହେବ ପାଣି ଘେରରେ ରହିଛନ୍ତି। ଖବର ସରବରାହ ସଂସ୍ଥା ଏଏନଆଇ ରିପୋର୍ଟ ଅନୁସାରେ ସହ ସହ ଲୋକ ନିଜ ଘର ଛାଡ଼ି ରାସ୍ତାରେ ଆଶ୍ରୟ ନେଇଛନ୍ତି। ପାଣି ନିଷ୍କାସନ ହୋଇପାରୁନଥିବାରୁ ସ୍ଥିତିରେ ସୁଧାର ଆସୁନାହିଁ। କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।