ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି ଅସାମାଜିକ ବ୍ୟକ୍ତିଙ୍କ ପାଦୁର୍ଭାବ | ରଟିଇ ଅଧାରେ ଷ୍ଟେସନ ନିକଟରୁ ମାଳିସାହି ପର୍ଯ୍ୟନ୍ତ ବୁଲିଲା ଖଣ୍ଡା ପାଲଟିଲା ରଣକ୍ଷେତ୍ର | ୩୦ଜଣ ଯୁବକଙ୍କର ଉତ୍ପାତ ଦେଖିବାକୁ ମିଳିଛି ଷ୍ଟେସନ ନିକଟରେ | ନିଶା ବେପାରକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ବେଳେ ଯାହାକୁ ଦେଖିଲେ ପିଟିଲେ ଓ ରାସ୍ତାରେ ଲହୁଲୁହାଣ କରିଲେ ଅସାମାଜିକ ଯୁବକ ମାନେ | ଗଣ୍ଡଗୋଳ କରିଥିବା ସମସ୍ତଙ୍କ ଘର ମାଳି ସାହି ହୋଇଥିବା ବେଳେ ଗତକାଲି ରାତିପ୍ରାୟ ସାଢେ ଗୋଟାଏ ବେଳେ ମଦ କିଣାବିକାକୁ ନେଇ ଗଣ୍ଡଗୋଳ ହୋଇଥିଲା | ସେପଟେ ଘଟଣାରେ ଖାରବେଳ ନଗର ଥାନା ୫ଜଣକୁ ଅଟକ ରଖିଛି |