ଘରେ ପଶିଲା ପାଣି , ବିଦ୍ୟୁତ୍ ଆଘାତରେ ୩ ମୃତ
ଲଗାଣ ବର୍ଷାରେ ଜଳବନ୍ଦୀ ଅବସ୍ଥାରେ ଥିବା ଗୋଟିଏ ପରିବାରର ୩ ଜଣଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି ।
(କୋଲକତା) : ଲଗାଣ ବର୍ଷାରେ ଜଳବନ୍ଦୀ ଅବସ୍ଥାରେ ଥିବା ଗୋଟିଏ ପରିବାରର ୩ ଜଣଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି । ମଙ୍ଗଳବାର ଅପରାହ୍ନରେ ଖଡ଼ଦହ
ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଅଘଟଣ ଘଟିଛି ।
ସୂଚନାନୁସାରେ, ଖଡ଼ଦହ ପୁଲିସ ଷ୍ଟେସନ ଅଧୀନରେ ଥିବା ପାଟୁଲିଆ ସରକାରୀ ହାଉସିଂର ବାସିନ୍ଦା ରାଜା ଦାସ(୩୫) । ପ୍ରବଳ ବର୍ଷା ଯୋଗୁଁ ତାଙ୍କ ଘରେ ପାଣି ପଶିଯାଇଥିଲା । ଘରେ ପାଣି ଥିବା ବେଳେ ସେହି ପାଣିରେ ଠିଆ ହୋଇ ସେ ଫ୍ରିଜ୍ର ପ୍ଲଗ୍ ସୁଇଚ୍ ବୋର୍ଡରୁ ବାହାର କରୁଥିଲେ । ଏହି ସମୟରେ ବିଦ୍ୟୁତ୍ ଆଘାତ ଲାଗିଥିଲା । ପତ୍ନୀ ପୌଲମି(୨୯) ତାଙ୍କୁ ଉଦ୍ଧାର କରିବା ସମୟରେ ସେ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ସେମାନଙ୍କ ୧୧ ବର୍ଷର ପୁଅ ମଧ୍ୟ ବାପାମା’ଙ୍କ ପାଖକୁ ଚାଲିଯିବା ପରେ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ।
ପରିବାରର ୩ ଜଣ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହେବା ଦେଖି ସାନପୁଅ ଚିତ୍କାର କରିବାକୁ ଲାଗିଥିଲା । ପାଟି ଶୁଣି ପଡ଼ୋଶୀମାନେ ଆସି ମୃତ ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ବାରାକପୁର ବିଏନ୍ ବୋଷ ସବ୍-ଡିଭିଜନାଲ୍ ହସ୍ପିଟାଲ୍କୁ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।