ଡିଜିଟାଲ ମାର୍କେଟିଂ ନାଁରେ ଠକେଇ: ୩ ଗିରଫ 

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି  ଡିଜିଟାଲ ମାର୍କେଟିଂ ନାଁରେ ଠକେଇ ।

(ଉତ୍ତରପ୍ରଦେଶ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି  ଡିଜିଟାଲ ମାର୍କେଟିଂ ନାଁରେ ଠକେଇ ।  ୧୫ରୁ ୨୦ ପ୍ରତିଶତ ସୁଧର ଲୋଭ ଦେଖାଇ ଡିଜିଟାଲ ମାର୍କେଟିଂରେ ପୁଞ୍ଜିନିବେଶ ନାଁରେ କୋଟି କୋଟି ଟଙ୍କା ଠକି ନେଇଥିବା ଏକ ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ଠକେଇ ରୢାକେଟ୍‌କୁ ଇଓଡବ୍ଲୁ ଠାବ କରିଛି।

ସୂଚାନନୁଯାୟୀ , ପାର୍ଥସାରଥୀ ପଟ୍ଟନାୟକ ନାମକ ଜଣେ ଯୁବକ ସାଢ଼େ ୬ ଲକ୍ଷ ଟଙ୍କା ଜମା କରିଥିଲେ। ତାଙ୍କ ୱାଲେଟ୍‌ରେ ତାହା ୭ ଲକ୍ଷ ୩୧ ହଜାର ଟଙ୍କା ଦେଖାଇଥିଲା। ସେ ଟଙ୍କା ଉଠାଇବା ପାଇଁ ପ୍ରୟାସ କରିବାରୁ ତାଙ୍କ ଆକାଉଣ୍ଟ ବ୍ଲକ ହୋଇଯାଇଥିଲା। ଠକାମିର ଶିକାର ହୋଇଥିବା ଜାଣିବା ପରେ ସେ ଇଓଡବ୍ଲୁରେ ଅଭିଯୋଗ କରିଥିଲେ।

ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଉତ୍ତରପ୍ରଦେଶ ଗାଜିଆବାଦରୁ ଗିରଫ କରିଛି। ସେମାନେ ହେଲେ, ସଚିନ୍‌ ପାଲ, ଅଙ୍କୁଶ ସିଂ ଓ କୁଲ୍‌ଦୀପ। ସ୍ଥାନୀୟ କୋର୍ଟରେ ହାଜର କରାଇ ସେମାନଙ୍କୁ ୩ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଛି। ଆସନ୍ତାକାଲି ସେମାନଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବ ବୋଲି ଇଓଡବ୍ଲୁ ପକ୍ଷରୁ କୁହାଯାଇଛି।