ଜମ୍ମୁୁ-କାଶ୍ମୀରରେ ୩.୬ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ

ଶ୍ରୀନଗର: ଦିଲ୍ଲୀ ପରେ ଥରିଲା ଜମ୍ମୁୁ- କାଶ୍ମୀରର କିସ୍ତୱର । ସେଠାରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ଭୂକମ୍ପ ଆଜି ସକାଳ ୮ଟା ୫୩ ମିନିଟ୍ରେ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରେକର୍ଡ କରାଯାଇଛି । ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।