ଭୂକମ୍ପରେ ଥରିଲା ପଞ୍ଜାବ ଓ ଆଣ୍ଡାମାନ ନିକୋବର
ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୬ ଥିବା ରେକର୍ଡ଼ କରାଯାଇଛି।
(ପଞ୍ଜାବ) : ଭୂକମ୍ପରେ ଥରିଲା ପଞ୍ଜାବ। ପଞ୍ଜାବର ସଙ୍ଗରୁର୍ରେ ସ୍ୱଳ୍ପ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୬ ଥିବା ରେକର୍ଡ଼ କରାଯାଇଛି। ସଙ୍ଗରୁର୍ ୧୦ କିମି ଦୂରରେ ଏହାର କେନ୍ଦ୍ରୀଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଭୂକମ୍ପରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ସ୍ୱଷ୍ଟ ହୋଇନାହିଁ । ଭୂକମ୍ପ ଝଟକା ଅନୁଭବ କରିଛନ୍ତି ସ୍ଥାନୀୟ ଲୋକେ । ଲୋକମାନେ ଖୋଲା ସ୍ଥାନକୁ ଦୌଡ଼ି ଦେଖିବାକୁ ମଳିଥିଲା । ପାଖାପାଖି କିଛି କ୍ଷଣ ଧରି ହାଲୁକା ଦୋହଲିଥିଲା ଥିଲା ।

ସେହିପରି ଆଜି ସକାଳେ ଆଣ୍ଡାମାନ ନିକୋବରର ଦୀପପୁଞ୍ଜ ଦିଗଲିପୁରଠାରୁ ୫୫ କିମି ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଯାହାର ରିକ୍ଟର ସ୍କେଲର ତୀବ୍ରତା ୪.୩ ରେକର୍ଡ଼ କରାଯାଇଛି।