ବିଶ୍ୱରେ ବିରଳ , ତିନି ସପ୍ତାହ ବ୍ୟବଧାନରେ ଜନ୍ମ ହେଲେ ଯାଆଁଳା ଶିଶୁ

(ନୂଆଦିଲ୍ଲୀ ) : ଗର୍ଭବତୀ ଥାଇ ପୁଣି ଥରେ ଗର୍ଭବତୀ ହୋଇଛନ୍ତି ଜଣେ ମହିଳା । ଯାହାର ପ୍ରଭାବରେ ୩ସପ୍ତାହ ବ୍ୟବଧାନରେ ଜନ୍ମ ହୋଇଛନ୍ତି ଯାଆଁଳା ଶିଶୁ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ତେବେ ହଁ ଦର୍ଶକ ବନ୍ଧୁ ଏପରି ଏକ ଘଟଣା ଘଟିଛି ଇଂଲଣ୍ଡର ଭିଲ୍ଟଶାୟରରେ । ଜଣେ ମହିଳା ନିଜର ଜାଆଁଳ ଶିଶୁଙ୍କୁ ତିନି ସପ୍ତାହ ବ୍ୟବଧାନରେ ଜନ୍ମ ଦେଇଛନ୍ତି। ଏହି ମହିଳା ଜଣକ ଏକ ଟିଭି ଶୋ’ରେ ଖୁଲାସା କରି ଦୁନିଆକୁ ଚକିତ କରିଦେଇଛନ୍ତି। ସେ କହିଛନ୍ତି ତାଙ୍କର ପ୍ରଥମେ ଏକ କନ୍ୟା ସନ୍ତାନ (ରୋସାଲି)କୁ ଜନ୍ମ ହୋଇଥିଲା। ଏହାର ୩ ସପ୍ତାହ ପରେ ସେ ପୁଣି ଏକ ପୁତ୍ର ସନ୍ତାନ (ନୋହ)କୁ ଜନ୍ମ ଦେଇଥିଲେ।

ସୂଚନା ଅନୁସାରେ, ରେବେକା ନିଜର ତୃତୀୟ ଅଲଟ୍ରାସାଉଣ୍ଡ ପାଇଁ ତାଙ୍କ ପାର୍ଟନର ରେଜ୍ ଭିଭରଙ୍କ ସହିତ ଡାକ୍ତରଙ୍କ ପାଖକୁ ଯାଇଥିଲେ ଯାଇଥିବା ବେଳେ ଏହା ଜାଣିଥିଲେ। ଡାକ୍ତର ଯେତେବେଳେ ଦେଖିଥିଲେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଥିଲେ, ଗର୍ଭରେ ଥିବା ଶିଶୁ ଗୋଟିଏ ନୁହେଁ ଦୁଇଟି। କିନ୍ତୁ ଏଭଳି ବିରଳ ଘଟଣା ବିଶ୍ୱରେ ପ୍ରଥମ ।