ଭୁବନେଶ୍ୱର: ବହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଛନ୍ତି ।ପୂର୍ବରୁ ଏହା ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଆଜି ମୁଖ୍ୟ ଶାସନ ସଚିବ ଏଥିରେ ସଂଶୋଧନ କରି ମୃତ୍ୟୁ ସଂଖ୍ୟା ୨୮୮ ବୋଲି କହିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ପ୍ରଥମେ ସରକାରଙ୍କ ପକ୍ଷରୁ ୨୭୫ କୁହାଯାଇଥିଲା, ପରେ ଆମେ ବିଭିନ୍ନ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲୁ। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ସ୍ପଷ୍ଟ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।