ଭରତପୁର ଥାନାରେ ଆର୍ମି ପୋଲିସ ଲଢେଇ ଘଟଣା : ଥାନାରେ ଲାଗିବ 25ଟି ସିସିଟିଭି

ଭୁବନେଶ୍ୱର :ଭରତପୁର ସେନା ପୋଲିସ କଳି ଘଟଣା ପରେ ଚେତିଲା ପୋଲିସ ଭରତପୁର ଥାନାରେ ସିସିଟିଭି ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ । ସିସିଟିଭି ଲଗାଇବା ପାଇଁ ଚାଲିଲା କାମ । ଥାନାରେ ଲାଗିବ 25ଟି ସିସିଟିଭି । ଥାନାର ବାହାର ଏବଂ ଭିତର ସମସ୍ତ ଥାନାରେ ଲାଗିବ ସିସିଟିଭି । ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିବା ଘଟଣା ପରେ ଥାନାରେ ସିସିଟିଭି କ୍ୟାମେରା ନଥିବା କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ସିସିଟିଭି ଲାଗିବ କାର୍ଯ୍ୟ ଆରମ୍ଭ ହେଲା ।