ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକର ମନ୍ତ୍ରିମଣ୍ଡଳରେ ସାମିଲ ହେବେ ୨୪ ବିଧାୟକ । ସିଦ୍ଧରମୈୟା ସରକାରରେ ମନ୍ତ୍ରୀ ଭାବେ ୨୪ ବିଧାୟକ ଶପଥ ନେବେ । ଏନେଇ ଦଳ ତରଫରୁ ତାଲିକା ଜାରି କରାଯାଇଛି । ଏଚ.କେ ପାଟିଲ, ରହିମ ଖାନ୍, ବି. ସୁରେଶଙ୍କ ସହ ୨୪ ନେତା ସିଦ୍ଧରମୈୟା ସରକାରରେ ମନ୍ତ୍ରୀ ଭାବେ ଶପଥ ନେବେ । ପୂର୍ବରୁ ୩୪ ମନ୍ତ୍ରୀଙ୍କ କଥା ଚର୍ଚ୍ଚା ହେଉଥିଲା ବେଳେ ୨୦ ମେ’ରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଡେପୁଟି ସିଏମ୍ ଶିବକୁମାରଙ୍କ ସହ ୮ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଶପଥ ନେଇଥିଲେ । ଏବେ ସୁଦ୍ଧା ବିଭାଗ ବଣ୍ଟନ ହୋଇ ନଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା କରିଛନ୍ତି । କାହାକୁ କେଉଁ ବିଭାଗ ମିଳିବ ସେନେଇ ହାଇକମାଣ୍ଡଙ୍କ ସହ ସମସ୍ତ ଆଲୋଚନା ଶେଷ ହୋଇଛି । ଆଜି ଶପଥ ଗ୍ରହଣ ପରେ ସଂଧ୍ୟା ସୁଦ୍ଧା ବିଭାଗ ବଣ୍ଟନ କରାଯିବ ।