ତେନ୍ଦୁଲକରଙ୍କ ଶ୍ରେଷ୍ଠ ଆଇପିଏଲ ୨୦୨୨ର ଶ୍ରେଷ୍ଠ ଏକାଦଶ : ମିଳିଲା ନାହିଁ ଧୋନୀ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ସ୍ଥାନ
ମୁମ୍ବାଇ: ଆଇପିଏଲ ୨୦୨୨ର ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି ସଚିନ ତେନ୍ଦୁଲକର। ଆଇପିଏଲ ଚାମ୍ପିୟନ ଗୁଜରାଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ କରିଛନ୍ତି । ସିନିୟର ଖେଳାଳି ଦୀନେଶ କାର୍ତିକଙ୍କୁ ଏହି ଦଳରେ ସ୍ଥାନ ମିଳିଛି । ଏହି ଦଳ ଚୟନ କରାଯାଇଛି ବୋଲି ସଚିନ କହିଛନ୍ତି । ଏହି ଦଳରେ ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ସ୍ଥାନ ମିଳିନି । ଅନେକ ଯୁବ ଖେଳାଳି ଏହି ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ସଚିନଙ୍କ ଟିମରେ ସେମାନେ ସ୍ଥାନ ପାଇ ନାହାନ୍ତି । ଜୋସ ବଟଲର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ ମିଲର, ଶିଖର ଧାୱନ, ଲିୟମ ଲିଭିଂଷ୍ଟୋନ, ଦୀନେଶ କାର୍ତିକ, ରଶିଦ ଖାଁ, ମହମ୍ମଦ ସାମି, ଯଶପ୍ରୀତ ବୁମରାହ, ୟୁଜଭେନ୍ଦ୍ର ଚହଲ ହେଉଛନ୍ତି ସଚିନଙ୍କ ଶ୍ରେଷ୍ଠ ଏକାଦଶ ।