ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ଛାଇଲା ମୋଦିଙ୍କ ଯାଦୁ, ଫିକା ପଡ଼ିଲା କଂଗ୍ରେସର କୂଟନୀତି

୩ ରାଜ୍ୟରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ନିର୍ବାଚନୀ ଫାଇଟରେ ଉତ୍ତର ପ୍ରଦେଶ ସମେତ ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ବିଜେପି ସରକାର ଗଢ଼ିବା ଅଭିମୁଖେ ବଢୁଥିବା ସଦ୍ୟତମ ଟ୍ରେଣ୍ଡରୁ ଜଣାପଡ଼ିଛି । ଗୋଆରେ ବିଜେପି ୧୮ ଟି ଆସନରେ ଆଗୁଆ ରହିଥିବା ସମୟରେ କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି । ସେହିଭଳି ମଣିପୁରରେ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରୁଥିବା ସୂଚନା ମିଳିଛି। ମଣିପୁରରେ ୨୨ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି ।

ଅନ୍ୟପକ୍ଷେ କଂଗ୍ରେସ କେବଳ ୩ଟି ଆସନ ହାସଲ କରି ପାରିଛି। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ବର୍ତ୍ତମାନ ସ୍ପଷ୍ଟ ହେବାରେ ଲାଗିଛି। ଉତ୍ତରାଖଣ୍ଡରେ ମଧ୍ୟ ବିଜେପି ଅଗ୍ରଣୀ ରହିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୪୨ଟି ଆସନ ହାସଲ କରିଛି। ଅନ୍ୟପକ୍ଷରେ କଂଗ୍ରେସ ୨୪ଟି ଆସନରେ ସୀମିତ ରହିଥିବାବେଳେ ଆମ୍ ଆଦମୀ ପାର୍ଟି ଏଠାରେ ଖାତା ଖୋଲିବାକୁ ସକ୍ଷମ ହୋଇ ପାରିନାହିଁ।