ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଉଧମପୁରରେ ବଡ ଧରଣର ବିସ୍ଫୋରଣ । ଏହି ବିସ୍ଫୋରଣ ଉଧମପୁର ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ବାହାରେ ହୋଇଥିବା ସୂଚନା ମିଳିଥିବା ସମୟରେ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ୧ଟା ବେଳେ ଏହି ବିସ୍ଫୋରଣ ଘଟିଥିବା ଅଧିକାରୀ କହିଛନ୍ତି। ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି ।
Blast explosion around “Rehri” near Tehsildar office at #Udhampur. One life lost, 13 injured being moved to hospital.I am in touch with D.C Smt Indu Chib on minute to minute basis. Exact cause and origin of the blast being worked out..too early to draw any definite conclusion.
— Dr Jitendra Singh (@DrJitendraSingh) March 9, 2022
ଏମାନଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏବେ ପର୍ଯ୍ୟନ୍ତ ବିସ୍ଫୋରଣର କାରଣ କିଛି ଜଣାପଡିନାହିଁ । ତେବେ ଏନେଇ କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ଘଟଣାରେ ସେନା ଛାନବିନ୍ ଜାରି ରଖିଛି ।