ନୂଆଦିଲ୍ଲୀ: ବ୍ୟାଙ୍କରେ ଆଜିଠାରୁ ବଦଳାଇପାରିବେ ୨ହଜାର ଟଙ୍କିଆ ନୋଟ । ସମୟ ସୁବିଧା ଅନୁଯାଇ ସମସ୍ତେ ବ୍ୟଙ୍କରେ ଭିଡ ନକରି ବାକୁ ଆରବିଆଇ ଗଭର୍ଣ୍ଣର ପରାମର୍ଶ ଦେଇଛନ୍ତି । ଏବେ ଏହାର କାରବାର ବଜାରରେ ଚାଲୁରହିବ ବେଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି । ଗ୍ରାହକ ମାନଙ୍କଙ୍କ ଠାରୁ ୨ହଜାର ଟଙ୍କିଆ ନୋଟ ରଖିବା ପାଇଁ କୌଣସି ଦୋକାନି ମନା କରିପାରିବେ ନାହିଁ । ଆଗକୁ ବ୍ୟାଙ୍କ ଗୁଡିକ ଆଉ ଦୁଇ ହଜାର ଟଙ୍କିଆ ନୋଟ୍ ଇସ୍ୟୁ କରିବେ ନାହିଁ । ସେଥିପାଇଁ ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ଓ ଏହାର ବୈଧତାକୁ ନେଇ ଅନେକ ଦ୍ବନ୍ଦ୍ବରହିଥିବା ବେଳେ ଅଯଥାରେ ବ୍ୟାଙ୍କ ନଦୌଡ଼ିବାକୁ ପରାମର୍ଶ ଦିଆଯାଇଛି ।