ଭୁବନେଶ୍ୱର: ଆଜି ଦେଶ ପାଳିଛି ୭୭ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ୨୦୨୫ ବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ଘୋଷିତ ରାଜ୍ୟପାଳ ପଦକ ଆଜି ପ୍ରଦାନ କରାଯାଇଛି। ମୋଟ୍ ୨୦ ଜଣଙ୍କୁ ମିଳିଛି ରାଜ୍ୟପାଳ ପଦକ । ରାଜ୍ୟର ଶାନ୍ତି, ଶୃଙ୍ଖଳା, ସୁରକ୍ଷା ଓ ସେବା କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ମୋଟ ୨୦ ଜଣ କର୍ମକର୍ତ୍ତା ଓ ଅଧିକାରୀଙ୍କୁ ଏହି ସମ୍ମାନଜନକ ପଦକ ଦିଆଯାଇଛି। ଏହି ତାଲିକାରେ ଆଇଜି ନୀତି ଶେଖର ଓ ସତ୍ୟଜିତ ନାୟକ ରାଜ୍ୟପାଳ ପଦକରେ ସମ୍ମାନିତ ହୋଇଛନ୍ତି। ସେହିପରି ପୁରୀ ଏସପି ପ୍ରତୀକ ସିଂ ଓ ଭିଜିଲାନ୍ସ ଏଏସପି ଅନୁପମା ମହାପାତ୍ର ତାଙ୍କର କର୍ତ୍ତବ୍ୟନିଷ୍ଠା, ସାହସ ଓ ପେଶାଦାର ସେବା ପାଇଁ ପଦକ ପାଇଛନ୍ତି।

ଏହା ସହ ସଚିବାନନ୍ଦ ରଥ ଓ ପ୍ରସନ୍ନ ରାଉତଙ୍କୁ ମଧ୍ୟ ରାଜ୍ୟପାଳ ପଦକ ଦେଇ ସମ୍ମାନିତ କରାଯାଇଛି। ଏହା ସହ ମୋଟ୍ ୩୧ ଜଣ ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନୀତ ହୋଇଛନ୍ତି । ସେଥି ମଧ୍ୟରୁ ଓଡିଶାରୁ ଜଣେ ସିବିଆଇ ଅଧିକାରୀ ସମ୍ମାନୀତ ହୋଇଛନ୍ତି । ସାହସିକତା ପାଇଁ ଓଡିଶାରେ ୪ ଜଣ ପାଇଲେ ପଦକ । ଉଲ୍ଲେଖନୀୟ ସେବା ପାଇଁ ଓଡିଶାରୁ ୨ ଜଣଙ୍କୁ ମିଳିଛି ପଦକ । ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିଛି ପଦକ ।