କାବୁଲ: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ । ଭୂକମ୍ପରେ ଥରିଲା ନାନଗରହର ପ୍ରୋଭିନ୍ସର ଜଲାଲାବାଦ । ଏଥିରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୦ ଥିବାବେଳେ କିଛି ଘର ଛାତ ଭୁଶୁଡ଼ିଥିବା ସୂଚନା । ଦିଲ୍ଲୀ-NCR ଓ ପାକିସ୍ତାନରେ ବି ଝଟ୍କା ଅନୁଭୂତ ।
ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଆଫଗାନିସ୍ତାନରେ ପ୍ରଥମ ଭୂମିକମ୍ପ ବିଳମ୍ବିତ ରାତି ୧୨ଟା ୪୭ରେ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମାପ କରାଯାଇଥିଲା । ଜଲାଲବାଦରୁ ୨୭ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଦିଗରେଏହାର କେନ୍ଦ୍ର ସ୍ଥଳ ରହିଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିର ୧୬୦ କିଲୋମିଟର ଭିତରେ ଥିଲା । ଏହା ପରେ ସାରା ରାତି ଅନେକ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ଝଟକା ଏତେ ତୀବ୍ର ଥିଲା ଯେ, ପାକିସ୍ତାନ ସହ ଦିଲ୍ଲୀ ଏନସିଆର ଓ ନୋଏଡାରେ ବି ଝଟକା ଅନୁଭୂତ ହୋଇଛି ।
ପୂର୍ବରୁ ୭ ଅକ୍ଟୋବର, ୨୦୨୩ରେ, ଆଫଗାନିସ୍ତାନରେ ୬.୩ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା ଏବଂ ତା’ପରେ ପ୍ରବଳ ଭୂମିକମ୍ପ ହୋଇଥିଲା। ତାଲିବାନ ସରକାର ଆକଳନ କରିଛି ଯେ ଅତି କମରେ ୪,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଜାତିସଂଘ ମୃତ୍ୟୁ ସଂଖ୍ୟା ବହୁତ କମ୍ ବୋଲି କହିଛି, ପ୍ରାୟ ୧୫୦୦। ଏହା ଆଫଗାନିସ୍ତାନରେ ହୋଇଥିବା ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା ।