ଖୁବଶୀଘ୍ର ଦେଶାନ୍ତର ହେବେ ଜଗତସିଂହପୁରରୁ ଚିହ୍ନଟ ୨୦ ବାଂଲାଦେଶୀ

ଭୁବନେଶ୍ଵର: ଖୁବଶୀଘ୍ର ଦେଶାନ୍ତର ହେବେ ଜଗତସିଂହପୁରରୁ ଚିହ୍ନଟ ୨୦ ବାଂଲାଦେଶୀ । ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତଥ୍ୟ ଜାରି କଲେ ସରକାର । ୨୧୦୯ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇଛି । ସେଥିରୁ ୨୦୨୫ ଜଣ ଭାରତୀୟ ଚିହ୍ନଟ ହୋଇଛନ୍ତି । ଆଉ ୧୩ ଜଣଙ୍କ ପରିଚୟ ପତ୍ର ଯାଞ୍ଚ ଚାଲିଛି । ୭୧ ଜଣଙ୍କୁ ଅବୈଧ ବାଂଲାଦେଶୀ ଭାବେ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ଭୁବନେଶ୍ୱରରେ ସର୍ବାଧିକ ୨୪, କଟକରେ ୧୫, ବ୍ରହ୍ମପୁରରେ ୬ ଚିହ୍ନଟ ହୋଇଛନ୍ତି । ୨ ବାଂଲାଦେଶୀ ଅନୁପ୍ରବେଶକାରୀ ନିଜ ନାଁରେ ଭାରତୀୟ ପାସ୍‌ପୋର୍ଟ କରିଛନ୍ତି ରାଜ୍ୟ ସରକାରଙ୍କ ତଥ୍ୟରେ ଉଲ୍ଲେଖ ଅଛି । 

ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଆଗକୁ ଜୋରଦାର ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେ ଅନୁପ୍ରବେଶକାରୀ ଅବା ଆଉ କିଏ ସେ ସମସ୍ତଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ ରହିବ । ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି, ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ କଠୋର,ଏହି ପ୍ରକ୍ରିୟା ଆଗକୁ ଯିବ। ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ, ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ । ଏହା ସହିତ ସେମାନଙ୍କୁ ଡିପୋଟ୍ ମଧ୍ୟ କରାଯିବ, ଏ ନେଇ ନିଷ୍ପତି ମଧ୍ୟ ହୋଇଛି । ସରକାର ଏନେଇ ସବୁ ବ୍ୟବସ୍ଥାଗ୍ରହଣ କରିବେ । ଏ ବାବଦରେ କେନ୍ଦ୍ର ସରକାରର ଯାହା ଭୂମିକା ରାଜ୍ୟ ସରକାରଙ୍କର ମଧ୍ୟ ସମାନ ଭୂମିକା ରହିଛି ।