ତାମିଲନାଡୁର ନୀଳଗିରିସ୍ ଜିଲ୍ଲାର ଏମେରାଲ୍ଡ ଡ୍ୟାମ ନିକଟରେ ମିିଳିଲା ୨ ବାଘୁଣୀ ମୃତ ଦେହ

ତାମିଲନାଡୁ: ମିିଳିଲା ୨ ବାଘୁଣୀ ମୃତ ଦେହ । ତାମିଲନାଡୁର ନୀଳଗିରିସ୍ ଜିଲ୍ଲାର ଏମେରାଲ୍ଡ ଡ୍ୟାମ ନିକଟରେ ସନ୍ଦେହଜନକ ପରିସ୍ଥିତିରେ ଦୁଇଟି ବାଘୁଣୀଙ୍କ ମୃତଦେହ ମିଳିଛି । ଶନିବାର ସନ୍ଧ୍ୟାରେ ଦୁଇଟି ବାଘୁଣୀଙ୍କ ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଥିଲା । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ବାଘୁଣୀ ଗୋଟିଏ ବୟସ୍କ ଥିଲା । ତେବେ ବାଘଙ୍କ ସଂଖ୍ୟା ଧିରେ ଧିରେ କମୁଥିବାବେଳେ ଏବେ ୨ ବାଘୁଣୀଙ୍କ ମୃତ୍ୟୁ ବିଶାକ୍ତ ଖାଦ୍ୟ ଖାଇ ହୋଇଥିବା ଜଣାପଡିଛି । ଏନେଇ ବନ ବିଭାଗ କର୍ମଚାରୀ ମାନେ ଜଙ୍ଗଲର ଆଖପାଖ ଅଞ୍ଚଳ ଖୋଜାଖୋଜି କରୁଛନ୍ତି । ବନ ବିଭାଗ କର୍ମଚାରୀଙ୍କ କହିବା କଥା ଏମାନେ ମେଲାନିଷ୍ଟିକ୍ ଟାଇଗର ନୁହଁନ୍ତି।