ଡ୍ୟୁଟିରେ ଥିବା ୨ ପୋଲିସ କର୍ମଚାରୀଙ୍କର ଚାଲିଗଲା ଜୀବନ…

କଟକ ଗତିରାଉତ ପାଟଣା କେନାଲ ରୋଡ଼ ରାସ୍ତାରେ ଦୁର୍ଘଟଣା। ପୋଲିସ ପିସିଆର୍ ଉପରେ ଚଢ଼ିଗଲା ହାଇୱା। ଡ୍ୟୁଟିରେ ଥିବା ୨ ପୋଲିସ କର୍ମଚାରୀ ମୃତ। ଜଣେ ହୋମଗାର୍ଡ ହୋଇଥିବା ବେଳେ ଜଣେ ଏପିଆଇ ପୋଲିସ କର୍ମଚାରୀ। ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଂଚି ତଦନ୍ତ କରୁଛନ୍ତି। ପିସିଆର ଟି  CRRI ଥାନାର ବୋଲି ଜଣାପଡ଼ିଛି। ଆଉ ଜଣେ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।