ଏଟିଏମ କାଉଣ୍ଟର ବସାଇବା ପାଇଁ ଵିଜ୍ଞାପନ ଦେଇ ଠକି ନେଲେ ୨ ଲକ୍ଷ; ଠକ ସହ ୨ ଲକ୍ଷ ଟଙ୍କା ଓ ମୋବାଇଲ ଜବତ

କୋରାପୁଟ/ ମନୋଜ ଦାଶ: ହିଟାଚି ଏଟିଏମ ବସାଇବା ପାଇଁ ପ୍ରାର୍ଥି ଆବଶ୍ୟକ ମିଥ୍ୟା ଵିଜ୍ଞାପନ ଦେଇ ଅନ ଲାଇନ ମାଧ୍ୟମରେ ଲୁଟିନେଲେ ୨ ଲକ୍ଷ ଟଙ୍କା, ଠକ ସହ ୨ ଲକ୍ଷ ଟଙ୍କା ଓ ମୋବାଇଲ ଜବତ କରିଛି କୋରାପୁଟ ସାଇବର ପୋଲିସ । ପଶ୍ଚିମବଙ୍ଗ ର ମଳୟ ମୈତ୍ରୀ ନାମକ ଯୁବକ ଏଟିଏମ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥି ଆବଶ୍ୟକ ବୋଲି ଏକ ମିଥ୍ୟା ଵିଜ୍ଞାପନ ଦେଇଥିଲା । ଵିଜ୍ଞାପନଙ୍କୁ ଦେଖି କିଛି ବ୍ୟକ୍ତି ଯୁବକ ଙ୍କୁ ଫୋନ କରିଥିଲେ । ଏଟିଏମ କାଉଣ୍ଟର ବସାଇବା ପାଇଁ ସ୍ଥାନ ଓ ଲୋକଙ୍କୁ ଚି଼ହ୍ନଟ କରିବା ପାଇଁ ସେ କହିଥିଲା । ଏଟିଏମ କାଉଣ୍ଟର ବସାଇବା ନିମନ୍ତେ ମାଲିକାନା ପାଇଁ ଅର୍ଥ ଦେବା ପାଇଁ ପ୍ରାର୍ଥି ମାନଙ୍କୁ କହୁଥିଲା । ଅନେକ ପ୍ରାର୍ଥିଙ୍କ ଠାରୁ ସେ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଇଛି । ଟଙ୍କା ନେବା ପରେ ଆଉ ଧରା ଦେଉନଥିଲା । ଧରା ନା ଦେବାରୁ କୋରାପୁଟ ବୋରିଗୁମ୍ମା ଅଞ୍ଚଳର ମାନସି ମିଶ୍ର ଠକାମୀର ଶିକାର ହେବା କଥା ଜାଣିବା ପରେ ସେ କୋରାପୁଟ ସାଇବାର ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିର୍ତ୍ତି କରି କୋରାପୁଟ ଏସପି ଙ୍କ ନିର୍ଦେଶ କ୍ରମେ ସାଇବର ଥାନାର ଗୋଟେ ଟିମ ଉକ୍ତ ଯୁବକଙ୍କ ମୋବାଇଲକୁ ଟ୍ରାକ କରି ପଶ୍ଚିମବଙ୍ଗ ରୁ ଧରିଥିଲେ । ଧରିବା ସମୟରେ ଟା ଠାରୁ ୨ ଲକ୍ଷ ଟଙ୍କା ଓ ୩ ଟି ମୋବାଇଲ ଜବତ କରିଛି । ଆଉ କିଏ ସବୁ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଏବେ ପୋଲିସ ଖୋଜୁଛି । ଏ ନେଇ ଆଜି IPS ପାର୍ଥ ଜଗଦିଶ କାଶ୍ୟପ ଓ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଠକେଇ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପାର୍ଥ ଜଗଦିଶ ସୂଚନା ଦେଇଛନ୍ତି ।