ପାଇଖାନା ଟାଙ୍କି ସଫା କରିବାକୁ ଯାଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ଭୁବନେଶ୍ୱର: କାଳ ପାଲଟିଲା ପାଇଖାନା ଟାଙ୍କି । ପାଇଖାନା ଟାଙ୍କି ସଫା କରିବାକୁ ଯାଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ଭୁବନେଶ୍ବରର ଶିଶୁପାଳଗଡ ଅଞ୍ଚଳରେ ଘଟିଛି ଏହି ଅଘଟଣ । ଶିଶୁପାଳଗଡ଼ ରଘୁନାଥନଗର ଲେନ୍-୨ରେ ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି ସଫା କରିବାକୁ ଆସିଥିଲେ ୨ ଯୁବକ। ହେଲେ ଦୁହେଁ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ଅଗ୍ନିଶମ ବାହିନୀ। ହସ୍ପିଟାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ତେବେ ପାଇଖାନା ଟାଙ୍କି ସଫା ବେଳେ ୨ ଜଣ ଶ୍ରମିକ ଚେତାଶୂନ୍ୟ ହୋଇପଡିଥିଲେ ।