ଭୁବନେଶ୍ଵର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ୨ IAS ଅଧିକାରୀ । IAS ସମର୍ଥ ବର୍ମା ବନ୍ଦର, ସିପିଂ ଓ ଜଳପଥ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ୨୦୧୧ ବ୍ୟାଚ୍ର ଓଡ଼ିଶା କ୍ୟାଡର IAS ସମର୍ଥ ବର୍ମା । ସେହିପରି IAS ସ୍ବାଧା ଦେବ ସିଂ ଜନଗଣନା ଅଭିଯାନ ନିର୍ଦ୍ଦେଶକ ଭାବେ ନିଯୁକ୍ତ । ୨୦୧୪ ବ୍ୟାଚ୍ର ଓଡ଼ିଶା କ୍ୟାଡର IAS ସ୍ବାଧା ଦେବ ସିଂ ।

କହିରଖୁଛୁ ଯେ, ସମର୍ଥ ବର୍ମା ୨୦୧୧ ବ୍ୟାଚ୍ର ଓଡ଼ିଶା କ୍ୟାଡର IAS ଅଫିସର ଏବଂ ସ୍ବାଧା ଦେବ ସିଂ ୨୦୧୪ ବ୍ୟାଚ୍ର ଓଡ଼ିଶା କ୍ୟାଡର IAS ଅଫିସର । ଆଇଏଏସ୍ ସମର୍ଥ ବର୍ମା ବର୍ତ୍ତମାନ ପୂର୍ବରୁ ପୁରୀ ଜିଲ୍ଲାପଳ, ବିଏମସି କମିସନର୍, ସମ୍ବଲପୁର ଜିଲ୍ଲାପଳ ଏବଂ ରାୟଗଡ଼ାର ପିଡି ଡିଆରଡିଏ ଭାବେ କାର୍ଯ୍ୟ କିରିସାରିଛନ୍ତି । ସେହିପରି ସ୍ୱଧାଦେବ ସିଂ ପୂର୍ବରୁ ରାୟଗଡ଼ା ଜିଲ୍ଲାପାଳ, ନୂଆପଡ଼ା ଜିଲ୍ଲାପଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି । ତେବେ ପୁରୀ ଓ ରାୟଗଡ଼ା ଜିଲ୍ଲାପାଳ ଥିବାବେଳେ ସମର୍ଥ ବର୍ମା ଓ ସ୍ୱଧାଦେବ ସିଂ ପରସ୍ପରକୁ ୨୦୨୩ ରେ ବିବାହ କରିଥିଲେ ।