ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଲାଇଭ ଡିବେଟରେ ୨ ଅତିଥି ହାତାହାତି

ବ୍ୟୁରୋ ରିପୋର୍ଟ: ଲାଇଭ ଟିଭି ଡିବେଟରେ ମାରପିଟ୍ । ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଲାଇଭ ଡିବେଟରେ ୨ ଜଣ ଅତିଥିଙ୍କ ମଧ୍ୟରେ ହାତାହାତିର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଏହି ଘଟଣାଟି ଜାୱେଦ ଚୌଧୁରୀଙ୍କଦ୍ବାରା ଉସ୍ଥାପିତ ଜନପ୍ରିୟ ପାକିସ୍ତାନୀ ବିତର୍କ ସୋ’ ‘କଲ୍ ତକ୍’ରେ ଘଟିଥିଲା। ମାଡ଼ଗୋଳରେ ସମ୍ପୃକ୍ତ ଥିବା ଦୁଇଜଣ ରାଜନେତା ହେଉଛନ୍ତି ଇମ୍ରାନ୍ ଖାଁଙ୍କ ‘ପାକିସ୍ତାନ ତେହରୀକ୍-ଏ-ଇନ୍ସାଫ୍’ର (ପିଟିଆଇ) ନେତା ତଥା ଓକିଲ ଏବଂ ନୱାଜ୍ ଶରିଫ୍ଙ୍କ ‘ପାକିସ୍ତାନ ମୁସ୍ଲିମ୍ ଲିଗ୍-ନୱାଜ୍’ର (ପିଏମ୍ଏଲ୍-ଏନ୍) ସିନେଟର୍ ଆଫ୍ନାନ୍ ଉଲ୍ଲା। ବିତର୍କ ଚାଲିଥିବା ବେଳେ ସିନେଟର୍ ଆଫ୍ନାନ୍ ଖାଁ ‘ପିଟିଆଇ’ ମୁଖ୍ୟ ଇମ୍ରାନ୍ ଖାଁଙ୍କ ନାଁରେ ଦୁର୍ନୀତି ଓ ସେନା ପ୍ରତିଷ୍ଠାନ ସହିତ ଗୁପ୍ତ ଆଲୋଚନା କରିଥିବା ଦୋଷାରୋପ କରିଥିଲେ।
ଯୁକ୍ତିରେ ଏହାର ପ୍ରତ୍ୟୁତ୍ତର ଦେବା ପରିବର୍ତ୍ତେ ମାର୍ୱାତ୍ ଉତ୍କ୍ଷିପ୍ତ ହୋଇ ଖାଁଙ୍କ ମୁଣ୍ଡରେ ମାଡ଼ ମାରିଥିଲେ। ଖାଁ ପ୍ରତିଆକ୍ରମଣ କରିବାରୁ ଦୁହିଁଙ୍କ ମଧ୍ୟରେ ଚାପୁଡ଼ା ଓ ଗୋଇଠା ମରାମରି ଚାଲିଲା। ସୋ’ର ଆୟାଜକମାନେ ଦୁହିଁଙ୍କୁ ଛଡ଼ାଛଡ଼ି କରାଇବା ପାଇଁ ଉଦ୍ୟମ କଲେ ବି ଦୁହେଁ ମାଡ଼ଗୋଳରୁ ବିରତ ହେଲେ ନାହିଁ। ଟେଲିଭିଜନ୍ରେ ଏ ଦୃଶ୍ୟ ଦେଖି ଦେଶର ଦର୍ଶକ ହତବାକ୍ ହୋଇଯାଇଥିଲେ।