ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା । ଆସନ୍ତା ଫେବ୍ରୁଆରି ମାସରେ ହେବ ପରୀକ୍ଷା । ଏଥିପାଇଁ ଡିସେମ୍ବର ମାସରେ ମିଳିବ ଆଡମିଟ୍ କାର୍ଡ । ତେବେ ଫେବ୍ରୁଆରି୧୫ ତାରିଖରୁ ୨୫ ତାରିଖ ଭିତରେ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ର-ଛାତ୍ରୀ । ତେବେ ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ରୁ ୩୧ ଭିତରେ ହେବ । ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରୀ ୧୦ରୁ ୧୫ ଭିତରେ ଇଣ୍ଟରନାଲ ପରୀକ୍ଷା ଦେବା ପାଇଁ ଆଉ ଏକ ସୁଯୋଗ ପାଇବେ ।
ଏହାସହିତ ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରି ୨ ତାରିଖରୁ ୧୫ ତାରିଖ ଭିତରେ ହେବ । ଏକ୍ସ- ରେଗୁଲାର ଫର୍ମ ଫିଲ୍ଅପ ଅକ୍ଟୋବର ୧୩ରୁ ନଭେମ୍ବର ୨୨ ତାରିଖ ଯାଏ ଚାଲିବ । ସେହିପରି ଆସନ୍ତା ଅକ୍ଟୋବର ୨୦ରୁ ନଭେମ୍ବର ୨୨ ଯାଏଁରେଗୁଲାର ପିଲାଙ୍କ ଫର୍ମ ଫିଲ୍ଅପ ଚାଲିବ । ଏହାବାଦ୍ ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା । ତେବେ ଏଥର ସମୁଦାୟ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା । ରେଜଲ୍ଟ ବାହାରିବା ପରେ ଏଥର ନୂଆକରି ପ୍ରୋଭିଜନାଲ୍ ସାର୍ଟିଫିକେଟକୁ ଡିଜିଟାଲ କରାଯିବ ବୋଲି ସୂଚନା ମିଳିଛି ।