ନୂଆଦିଲ୍ଲୀ: ଥରିଲା ମଣିପୁର । ଆଜି ମଣିପୁରରେ ୨ଟି ଭୂକମ୍ପ ଅନୁଭୂତ ହୋଇଛି । ତେବେ ଏହି ୨ଟି ଭୂକମ୍ପର ତୀବ୍ରତା ୨.୫ଏବଂ ୫.୨ ରେକର୍ଡ କରାଯାଇଛି । ତେବେ ପ୍ରଥମ ଭୂକମ୍ପଟି ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ହୋଇଥିବା ବେଳେ ତାର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ଏହାର ଗଭୀରତା ୪୦ କିଲୋମିଟର ଥିଲା। ଏହାର କିଛି ସମୟ ପରେ, ମଣିପୁରରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ମଣିପୁରର ନୋନି ଜିଲାରେ ରାତି ୨:୨୬ (ଭାରତୀୟ ସମୟ) ରେ ୨.୫ ତୀବ୍ରତାର ଏକ ମୃଦୁ ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ୨୫ କିଲୋମିଟର ଥିଲା। ଭୂମିକମ୍ପ ଯୋଗୁ ଜୀବନ ଏବଂ ସମ୍ପତ୍ତି କ୍ଷତିର କୌଣସି ଖବର ନାହିଁ। କିନ୍ତୁ, ଲଗାତାର ଦୁଇଟି ଭୂମିକମ୍ପ ଯୋଗୁଁ ମଣିପୁରର ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଗଲେ।