ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ ତାଲିକା । ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ମେରିଟ ଲିଷ୍ଟ । ଛାତ୍ରଛାତ୍ରୀଙ୍କ ପାଖକୁ ଆଜି ଇଣ୍ଟିମେସନ ଲେଟର ପଠାଯିବ । ୪ଲକ୍ଷ ୧୨ହଜାର ପିଲାଙ୍କ ତାଲିକା ପ୍ରକାଶ । ୧୯ ତାରିଖରେ ଆସିବ ଦ୍ୱିତୀୟ କଟଅଫ ମାର୍କ । କଳା,ବାଣିଜ୍ୟ ବିଜ୍ଞାନରେ ରେଭେନ୍ସା ଆଗରେ ରହିଛି । କଳାରେ ୮୦ ପ୍ରତିଶତ, ବିଜ୍ଞାନରେ ୯୧.୬୭ ପ୍ରତିଶତ, ବାଣିଜ୍ୟରେ ୯୭.୨୦ପ୍ରତିଶତ କଟଅଫ ଯାଇଛିି । ଛାତ୍ରଛାତ୍ରୀ ମାନେ ଅଗଷ୍ଟ ୧ରୁ କ୍ଲାସ ଆରମ୍ଭ କରିବେ ।ଚଳିତ ବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ଜଣ ଆବେଦନ କରିଥିବାବେଳେ ୪ ଲକ୍ଷ ୬୭ ହଜାର ୩୬୫ଜଣ ଅନଲାଇନ ଫି ପୈଠ କରିଛନ୍ତି।