୨ ବାଇକ ମୁହାଁମୁହିଁ, ଜଣେ ମୃତ ଜଣେ ଗୁରୁତର

ଉଦଳା(ଦୀପକ ମିଶ୍ର): ୨ ବାଇକ ମୁହାଁମୁହିଁ ହେବା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛି | ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସୋନ ଡ୍ୟାମରେ | ସୋନ ଡ୍ୟାମ ରାସ୍ତାରେ ଔପଦା ଥାନା ମଡିଚୁଆ ଗ୍ରାମର ଲାଦୁରା ହୋ ଏବଂ ତାଙ୍କ ମାଆ ବୁଧୁନି ହୋ ବାଇକରେ ଶରତ ଅଭିମୁଖେ ଆସୁଥିଲେ | ଏହି ସମୟରେ ବିପରୀତ ଦିଗରୁ ଜଣେ ବାଇକ ଆରୋହୀ ଆସି ମୁହାଁମୁହିଁ ଧକ୍କା ହୋଇଥିଲା | ଏହି ଦୁର୍ଘଟଣା ପରେ ବାଇକ ଆରୋହୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ରାସ୍ତାରେ ମା ଏବଂ ପୁଅ ଉଭୟ ଗୁରୁତର ଅବସ୍ଥାରେ ପଡିରହିଥିଲେ | ଖବର ପାଇ କପ୍ତିପଦା ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ମାଆ ବୁଧୁନି ହୋ କୁ ଡାକ୍ତର ମୃତ ଘୋଷଣା କରିଥିଲେ | ପୁଅ ଲାଦୁରା ହୋ ଅବସ୍ଥା ଗୁରୁତର ଥିବା ବେଳେ ସେ ଏବେ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି | କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି କୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି|