ପୋଲିସ ବିଭାଗକୁ ୧୯୦ ଗାଡ଼ି; ରାଜ୍ୟର ବିଭିନ୍ନ ଥାନାକୁ ଯିବ ଏହି ଗାଡି

ଭୁବନେଶ୍ୱର: ପୋଲିସ ବିଭାଗକୁ ମିଳିବ ୧୯୦ ପୋଲିସ ଭେଇକିଲ । ଯାହାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ପୋଲିସ ଗାଡି ଗୁଡିକୁ ପତାକା ଦେଖାଇ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 7nth ବାଟାଲିୟନରୁ ରାଜ୍ୟର ବିଭିନ୍ନ ଥାନାକୁ ଏହି ଗାଡି ଗୁଡିକ ପଠାଯିବ । ରାଜ୍ୟର ଥାନା ମାନଙ୍କରେ ଆଉ ପୋଲିସ ଗାଡିର ଅସୁବିଧା ପରିଲକ୍ଷିତ ହେବନାହିଁ । ଆଜି ସନ୍ଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।