ଗତ ୨୪ ଘଣ୍ଟାରେ ତାମିଲନାଡୁରୁ ୩୯ କରୋନା ଆକ୍ରାନ୍ତ ଚିହ୍ନଟ
ଆଇଆଇଟି ମାଡ୍ରାସରୁ ପୁଣି ବାହାରିଛନ୍ତି ୧୮ ଜଣ କରୋନା ଆକ୍ରାନ୍ତ।
(ଚେନ୍ନାଇ) : ଆଇଆଇଟି ମାଡ୍ରାସରୁ ପୁଣି ବାହାରିଛନ୍ତି ୧୮ ଜଣ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଦୁଇ ଦିନରେ ଏଠାରୁ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି।

ଆଇଆଇଟି ମାଡ୍ରାସରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ପୂରା ଅନୁଷ୍ଠାନକୁ କଣ୍ଟେନମେଣ୍ଟ କରାଯାଇଛି। ସେହିପରି ସାନିଟାଇଜେସନ ସହ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ତାମିଲନାଡୁରୁ ୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୫୩,୩୯୦କୁ ବୃଦ୍ଧି ପାଇଛି। ତାମିଲନାଡୁରେ ଦୈନିକ ୧୮ ହଜାର ଟେଷ୍ଟ କରାଯାଉଛି। ଏହାକୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ ସରକାର କହିଛନ୍ତି।