ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର , ୪୦୦ରୁ ଆକ୍ରାନ୍ତ
ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର । ରାଜ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀଙ୍କୁ ଏହି ରୋଗ ଦ୍ରୁତ ଗତିରେ ମାଡି
(ରାଜସ୍ଥାନ) : ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର । ରାଜ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀଙ୍କୁ ଏହି ରୋଗ ଦ୍ରୁତ ଗତିରେ ମାଡି ଚାଲିଛି ତେଣୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ସୂଚନା ମିଳିଛି । ଇତିମଧ୍ୟରେ ରାଜ୍ୟରେ ଦୁଇଜଣ ରୋଗୀ ଏହା ଯୋଗୁ ପ୍ରାଣ ହରାଇ ସାରିଲେଣି ।
ରାଜସ୍ଥାନ ସରକାର କହିଛନ୍ତି ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରାଯିବା ଦ୍ୱାରା ଏହାକୁ ନେଇ ସତର୍କତା ବୃଦ୍ଧି ପାଇବ । ସ୍ଥିତି ଉପରେ ପ୍ରଭାବୀ ତଦାରଖ କରାଯାଇ ପାରିବ । ଏଥିସହ ଏହାର ଚିକିତ୍ସା ଉପରେ ଅଧିକ ଧ୍ୟାନ ଦିଆଯାଇ ପାରିବ । ଖବର ମୁତାବକ ଜୟପୁର, ଆଜମେର, ଯୋଧପୁର, କୋଟା, ଉଦୟପୁର ସମେତ ଅନେକ ଜିଲ୍ଲାରେ ପାଖାପାଖି ୪୦୦ରୁ ଅଧିକ ମାମଲା ଆସିଲାଣି । ଜୟପୁରର ଏସଏମଏସ ହସ୍ପିଟାଲରେ ୪୫ ରୋଗୀ ଚିହ୍ନଟ କରାଯାଇଛି । ହସ୍ପିଟାଲରେ ୩୩ ଶଯ୍ୟା ପୂରଣ ହୋଇସାରିଥିବାରୁ ନୂଆ ଶଯ୍ୟା ବ୍ୟବସ୍ଥା କରାଯାଇଛି । ଜୟପୁରର ଏକ ଘରୋଇ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୭୦ରୁ ଅଧିକ ବ୍ଲାକ ଫଙ୍ଗସ ରୋଗୀ ଦେଖାଦଲେଣି ।