ବାରିପଦା:ଭାରସାମ୍ୟ ହରାଇ ଓଲଟିଲା ବସ୍ । ଏପରି ଘଟଣା ଘଟିଛି ଚନ୍ଦନେଶ୍ୱରରୁ ବାରିପଦା ଆସୁଥିବା ଗୀତାଞ୍ଜଳୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସର ।ଏହି ଘଟଣାଟି ଘଟିଛି ସକାଲ ପ୍ରାୟ ୧୦ଟା ୧୫ ମିନିଟ ସମୟରେ । ମିଳିଥିବା ସୂଚନା ମୁତାବକ ଏକ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ବକୁ ଓଲଟିପଡି ଏକ ଗଛ ଦେହରେ ପିଟିହୋଇଥିଲା ବସ । ଫଳରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ବାରିପଦା-ଅମର୍ଦ୍ଦାରୋଡ ରାସ୍ତାର ବାରିପଦା ସଦର ଥାନା ଅଧୀନ ରଙ୍ଗାମାଟିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।