ରାସନ କାର୍ଡକୁ ନେଇ ବଡ ଖବର, ନୂଆବର୍ଷରେ ମିଳିବ ନୂଆ କାର୍ଡ

ଭୁବନେଶ୍ବର: ରାଜ୍ୟରେ ରାସନ କାର୍ଡକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଆସନ୍ତା ନୂଆବର୍ଷରୁ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ସରକାରଙ୍କ ପାଖରେ କାର୍ଡର ଅଭାବ ନାହିଁ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଶ୍ରୀ ପାତ୍ର କହିଛନ୍ତି ଯେ କରଦାତା, ସରକାରୀ କର୍ମଚାରୀ ଓ ମୃତକଙ୍କୁ ମିଶାଇ ୮ଲକ୍ଷ ୧୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ ଦିଆଯାଇଛି। ସେମାନଙ୍କ ସ୍ଥାନରେ ୬ ଲକ୍ଷ ୩୯ହଜାର ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯାଇଛି। ଏହାଭିତରେ ଆହୁରି ୧୫ ଲକ୍ଷ ୩୩ ହଜାର ଲୋକ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ତେବେ ୧୫ ଲକ୍ଷ କାର୍ଡକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁମୋଦନ କରିଛନ୍ତି। ନୂଆବର୍ଷ ହିତାଧିକାରୀଙ୍କୁ କାର୍ଡ ଦିଆଯିବ।