ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ବୋମା ଧମକ, ୩୪ଟି ଗାଡିରେ ଲାଗିଛି ବୋମା!

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ବୋମା ଧମକ । ବିସ୍ଫୋରଣରେ ମୁମ୍ବାଇକୁ ଦୋହଲାଇ ଦେବାକୁ ମିଳିଛି ଧମକ । ଲସ୍କର-ଏ-ଜିହାଦୀ ସଂଗଠନ ନାଁରେ ଆସିଛି ଧମକ ପୂର୍ଣ୍ଣ ମେସେଜ୍ । ହ୍ୱାଟ୍‌ସ୍‌ ଆପ୍‌ରେ ମୁମ୍ବାଇ ପୋଲିସ ପାଖକୁ ଆସିଛି ଧମକ । ସହରରେ ୩୪ଟି ବୋମା ଲଗାଯାଇଥିବା ନେଇ ମେସେଜରେ କହିଛି ସଂଗଠନ । ୩୪ଟି ଗାଡ଼ିରେ ୩୪ଟି ବୋମା ଖଞ୍ଜା ଯାଇଥିବା ନେଇ ଧମକ ମିଳିଛି । ୧୪ ଆତଙ୍କବାଦୀଙ୍କ ପାଖରେ ୪୦୦ କିଲୋ RDX ଥିବା ନେଇ ମଧ୍ୟ ସୂଚନା ଦେଇଛି । ତେବେ ଏଭଳି ଧମକ ପରେ ହାଇଆଲର୍ଟରେ ଏବେ ମୁମ୍ବାଇ ପୋଲିସ ।

ସୂଚନା ଅନୁସାରେ, ତେବେ ଅନନ୍ତ ଚତୁର୍ଦ୍ଦଶୀ ବା ଆସନ୍ତକାଲି ଏହି ବୋମା ବିସ୍ଫୋରଣ ହେବ ବୋଲି ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି । ପ୍ରେରକ ନିଜକୁ “ଲସ୍କର-ଏ-ଜିହାଦି”ର ସଦସ୍ୟ ବୋଲି ପରିଚୟ ଦେବା ସହ ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପ୍ରବେଶ କରି ସାରିଛନ୍ତି ବୋଲି କହିଛି । ତାଙ୍କ ପାଖରେ ୪୦୦ କିଲୋଗ୍ରାମ ଆର୍‌ଡିଏକ୍ସ ଥିବା ବେଳେ ଏହାକୁ ବିସ୍ଫୋରଣ କରାଯିବ । ଫଳରେ “୧ କୋଟି ଲୋକଙ୍କ ମୃତ୍ୟୁ” ହେବାର ସମ୍ଭାବନା ରହିଛି ।

କହିରଖୁଛୁ ଯେ, ଏହା ପ୍ରଥମ ଥର ନୁହେଁ ଯେ ମୁମ୍ବାଇକୁ ଏକ ବଡ଼ ସ୍ତରରେ ବୋମା ବିସ୍ଫୋରଣ ଧମକ ଦିଆଯାଇଛି। ପୂର୍ବରୁ ମଧ୍ୟ, ପୋଲିସ ନିୟନ୍ତ୍ରଣ କକ୍ଷକୁ କଲ କରି କିମ୍ବା ପୋଲିସ ନମ୍ବରରେ ମେସେଜ ମାଧ୍ୟମରେ ଅନେକ ଥର ଏପରି ଧମକ ଦିଆଯାଇଛି । କିନ୍ତୁ ଏଥର ଧମକ ବହୁତ ଗମ୍ଭୀର ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ଟାର୍ଗେଟ କରାଯାଇଥିବା ନେଇ କୁହାଯାଇଥିବା ବେଳେ ପୋଲିସ ହାଇଆଲର୍ଟରେ ଅଛି ।