ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଠିକାଦାର ସଂଘ ପକ୍ଷରୁ ଦଶମ ସାଧାରଣ ବୈଠକ ଦାନଗଦି ଭବନଠାରେ ଠିକାଦାର ରବିନ୍ଦ୍ର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଯାଜପୁର ଜିଲ୍ଲା ଠିକାଦାର ସଙ୍ଘର ସଭାପତି ତଥା ରାଜ୍ୟ ଠିକାଦାର ସଙ୍ଘର ଉପ ସଭାପତି ସଂଜୀବ ପରିଡା ଯୋଗ ଦେଇ ସମସ୍ତ ଠିକାଦାର ଭାଇ ମାନେ ଏକ ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ, ବିଗତ ସରକାରଙ୍କ ଠିକାଦାର ମାନଙ୍କ ସମସ୍ୟା ପ୍ରତି କୌଣସି ଦୃଷ୍ଟି ଦେଇନ ଥିଲେ କିନ୍ତୁ ବର୍ତ୍ତମାନର ସରକାର ଆମର ସମସ୍ୟା ଗୁଡିକ ପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି, ନିଜ ନିଜ ଭିତରେ ପ୍ରତିଯୋଗିତା ନ କରି ସମସ୍ତ ଠିକାଦାର ମାନେ ସରକାରଙ୍କ ନିର୍ଧାରିତ ମୂଲ୍ୟ ଠାରୁ କମରେ ମୂଲ୍ୟ ରେ କୌଣସି ଟେଣ୍ଡର ନପକାଇବା ପାଇଁ କହିଥିଲେ ଏବଂ ସମସ୍ତେ ଏକତ୍ରିତ ହୋଇ ରହିବାକୁ କହିଥିଲେ ।
ଏଥିରେ ଦୁଇ ବ୍ଳକର ଠିକାଦାର ନିଜର ମତାମତ ଦେବା ସହ ସଂଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବତନ ଜିଲ୍ଲା ପରିଷଦ ରମଣୀ ରଞ୍ଜନ ବଳ ସାମନ୍ତ ଯୋଗ ଦେଇ ସମସ୍ତେ ଏକ ରହିବା ଦରକାର ଏକତା ହିଁ ବଳ ବୋଲି କହିବା ସହ ସେଡୁଲ ରେଟରେ କାମ ପାଇଁ ସମସ୍ତେ ପକାନ୍ତୁ ବୋଲି କହିଥିଲେ,ସଙ୍ଘର ବରିଷ୍ଠ ଉପଦେଷ୍ଟା ସୁଧାଂଶୁ ଶେଖର ଭଞ୍ଜ ଯୋଗ ଦେଇ ନିଜ ନିଜ ଭିତରେ ଶୃଙ୍ଖଳା ଓ ଏକତା ଭାଇଚାରା ଭାବରେ ଏକ ରହି ଆମ ଅଞ୍ଚଳର ବିକାଶ ପାଇଁ ସିଡୁଲ ରେଟରେ କାମ ନେଇ ଉଚ୍ଚ ମାନର କାମ କରନ୍ତୁ ନିଶ୍ଚିତ ସମସ୍ତେ ଖୁସି ହେବେ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ।ଏହି ବୈଠକରେ ହରେକୃଷ୍ଣ ସାହୁ,ଅଭିରାମ ଦାସ,ଦୁଷ୍ମନ୍ତ ବିଶ୍ବାଳ, ସନ୍ତୋଷ ଧଳ,ଲମ୍ବୋଧର ଦଳ ବେହେରା, ମଳୟ କୁମାର ରାଉତ,ଚିତ୍ତରଞ୍ଜନ ମୁଦୁଲି,ନସୀମ ଉଦ୍ଧିନ ଖାଁ, ଅବିନାଶ ମିଶ୍ର,ଅସିତ ମହାନ୍ତ,ସଞ୍ଜୟ ମହାନ୍ତ ପ୍ରମୁଖ ସମେତ ୧୫୦ରୁ ଉର୍ଦ୍ଧ୍ବ ଠିକାଦାର ଉପସ୍ଥିତ ଥିଲେ।