ଅଟୋ, କାର ଓ ବାଇକ ମଧ୍ୟରେ ସିରିଜ ଦୁର୍ଘଟଣାରେ ୧୦ ଗୁରୁତର

ବାଲେଶ୍ୱର/ ଅଜିତ କୁମାର ସାହୁ:   ଅଟୋ, କାର ଓ ବାଇକ ମଧ୍ୟରେ ମର୍ମନ୍ତୁଦ ସିରିଜ ଦୁର୍ଘଟଣା । ଦୁର୍ଘଟଣାରେ ୧୦ ଜଣ ଗୁରୁତର । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ବ୍ରିଜ ନିକଟରେ ଘଟିଛି ଏଭଳି ସିରିଜ ଦୁର୍ଘଟଣା ।

ସୂଚନା ମୁତାବକ, ବାଲିଆପାଳରୁ କାର ଯୋଗେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଯାଉଥିବା ବେଳେ ପେଜଗଳା ବ୍ରିଜ ନିକଟରେ ଏକ ଯାତ୍ରୀ ବାହି ଅଟୋ ସହିତ ଧକ୍କା ହୋଇଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ କାର ସହ ଜୋରରେ ଧକ୍କା ହୋଇ ରାସ୍ତାର ତଳକୁ ଖସି ପଡିଥିଲା। ଯାହା ଫଳରେ ଅଟୋ, କାର ଏବଂ ବାଇକ ସିରିଜ ଦୁର୍ଘଟଣାରେ ୧୦ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଛୋଟପିଲା, ମହିଳା ସହିତ ରୋଗୀ ମଧ୍ୟ ଅଛନ୍ତି। ଘଟଣାସ୍ଥଳରୁ ସମସ୍ତ ଆହାତଙ୍କୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।