ଜୟପୁର: ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଣ୍ଟେନର ଓ ପିକ୍ ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଚାଲିଗଲା ୧୦ ଜଣଙ୍କ ଜୀବନ । ୧୦ ମୃତକଙ୍କ ମଧ୍ୟରେ ୩ ମହିଳା ଓ ୭ ଶିଶୁ ଥିବା ନେଇ ସୂଚନା । ଦୁର୍ଘଟଣାରେ ଆଉ ୨୦ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ମନ୍ଦିରରୁ ଦର୍ଶନ ସାରି ଭ୍ୟାନ୍ରେ ଫେରୁଥିବା ବେଳେ ଦୁର୍ଘଟଣା । ମିଳିଥିବା ସୂଚନା ଅନୁସାରେ, ରାଜସ୍ଥାନର ସାଲାସର ବାଲାଜୀ ମନ୍ଦିରରୁ ଫେରୁଥିବା ସମୟରେ ଭାପି ଥାନା ଅଞ୍ଚଳରେ ଏକ ପିକ୍ ଅପ୍ ଭ୍ୟାନ୍ ଏକ କଣ୍ଟେନର ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ପିକ୍ ଅପ୍ ଭ୍ୟାନରେ ୨୦ ରୁ ଅଧିକ ଭକ୍ତ ବସିଥିଲେ । ସେମାନେ ସମସ୍ତେ ୟୁପିର ଏଟା ଜିଲ୍ଲାର ଅସରୌଲାର ବୋଲି ଜଣାପଡ଼ିଛି । ତେବେ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି । ସେମାନଙ୍କ ମଧ୍ୟରୁ ସାତ ଜଣ ଶିଶୁ ଏବଂ ୩ ଜଣ ମହିଳା ଅଛନ୍ତି । ଦୁର୍ଘଟଣାରେ ଆହତ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।